Naga Kahe Naguniku Odia Song Lyrics In Odia Font

ODIA SONG LYRICS

ନାଗ କହେ ନାଗୁଣୀକୁ
ଶୁଣ ଲୋ ଶିବ ମହିମା


Naga Kahe Naguniku Odia Song Lyrics In Odia Language

ନାଗ କହେ ନାଗୁଣୀକୁ
ଶୁଣ ଲୋ ଶିବ ମହିମା
ନାଗ କହେ ନାଗୁଣୀକୁ
ଶୁଣ ଲୋ ଶିବ ମହିମା
ଶିବଠାରେ କି ଶକ୍ତି ଅଛି ଲୋ
ଶିବଠାରେ କି ଶକ୍ତି ଅଛି ଲୋ
ଧ୍ୟାନ କରୁଛନ୍ତି ବିଷ୍ଣୁ
ଧ୍ୟାନ କରୁଛନ୍ତି ବ୍ରହ୍ମା
ଧ୍ୟାନ କରୁଛନ୍ତି ବିଷ୍ଣୁ
ଧ୍ୟାନ କରୁଛନ୍ତି ବ୍ରହ୍ମା
ଶୁଣ ଲୋ ଶିବ ମହିମା
ନାଗ କହେ ନାଗୁଣୀକୁ
ଶୁଣ ଲୋ ଶିବ ମହିମା



ଶିବ ରୂପରେ କି ମାୟା ଅଛି
ଜଟାରେ ଆସି ରହିଲେ ଗଙ୍ଗା
ରହିଲେ ସରଗ ଶଶୀ
ଶିବ ରୂପରେ କି ମାୟା ଅଛି
ଜଟାରେ ଆସି ରହିଲେ ଗଙ୍ଗା
ରହିଲେ ସରଗ ଶଶୀ
ଶିବ ନାମରେ କି ଭାବ ଅଛି
କୈଳାସ ଗିରି ଯୋଗୀଟେ ପରି
ଶିବ ଶିବ ହୁଏ ଘୋଷି
ଶିବ ଶିବ ହୁଏ ଘୋଷି
ଶିବ ପାଦେ କି ପୁଣ୍ୟ ଅଛି ଲୋ
ଶିବ ପାଦେ କି ପୁଣ୍ୟ ଅଛି ଲୋ
ପୂଜା କରୁଛନ୍ତି ଉମା
ପୂଜା କରୁଛନ୍ତି ରମା
ପୂଜା କରୁଛନ୍ତି ଉମା
ପୂଜା କରୁଛନ୍ତି ରମା
ଶୁଣ ଲୋ ଶିବ ମହିମା
ନାଗ କହେ ନାଗୁଣୀକୁ
ଶୁଣ ଲୋ ଶିବ ମହିମା



ଶିବ ମହିମା ଏମିତି ପୁଣି
ବିନା ଗଦରେ ବିନା ପଦରେ
ବିଷ ଯେ ହେଉଛି ପାଣି
ଶିବ ମହିମା ଏମିତି ପୁଣି
ବିନା ଗଦରେ ବିନା ପଦରେ
ବିଷ ଯେ ହେଉଛି ପାଣି
ଶିବ ମହିମା ଏମିତି ପୁଣି
ବନ୍ଧ୍ୟା ନାରୀର ଶୂନ୍ୟ କୋଳରେ
ଖେଳୁଚି କୁମର ମଣି
ଖେଳୁଚି କୁମର ମଣି
ଭୋଳାନାଥ କି ଦୟାବନ୍ତ ଲୋ
ଭୋଳାନାଥ କି ଦୟାବନ୍ତ ଲୋ
ପାପୀ ପାଏ ସର୍ବ କ୍ଷମା
ଜନ୍ମ ଦଣ୍ଡ ନାହିଁ ଜମା
ପାପୀ ପାଏ ସର୍ବ କ୍ଷମା
ଜନ୍ମ ଦଣ୍ଡ ନାହିଁ ଜମା
ଶୁଣ ଲୋ ଶିବ ମହିମା

ନାଗ କହେ ନାଗୁଣୀକୁ
ଶୁଣ ଲୋ ଶିବ ମହିମା
ନାଗ କହେ ନାଗୁଣୀକୁ
ଶୁଣ ଲୋ ଶିବ ମହିମା
ଶିବଠାରେ କି ଶକ୍ତି ଅଛି ଲୋ
ଶିବଠାରେ କି ଶକ୍ତି ଅଛି ଲୋ
ଧ୍ୟାନ କରୁଛନ୍ତି ବିଷ୍ଣୁ
ଧ୍ୟାନ କରୁଛନ୍ତି ବ୍ରହ୍ମା
ଧ୍ୟାନ କରୁଛନ୍ତି ବିଷ୍ଣୁ
ଧ୍ୟାନ କରୁଛନ୍ତି ବ୍ରହ୍ମା
ଶୁଣ ଲୋ ଶିବ ମହିମା
ଶୁଣ ଲୋ ଶିବ ମହିମା
ଶୁଣ ଲୋ ଶିବ ମହିମା
ଶୁଣ ଲୋ ଶିବ ମହିମା



Naga Kahe Naguniku Odia Song Lyrics In Odia Font



Thank You

Comments