Sakhi Lo Kala Akhiku Odia Song Lyrics In Odia Font

ODIA SONG LYRICS

ସଖି ଲୋ କଳା ଆଖିକୁ ଦେଖି

Sakhi Lo Kala Akhiku Odia Song Lyrics In Odia Language

ସଖି ଲୋ କଳା ଆଖିକୁ ଦେଖି
ସଖି ଲୋ କଳା ଆଖିକୁ ଦେଖି
ମୋ ମନ ଯାଉଚି ଲାଖି ଲୋ
ଯାଉଚି ଲାଖି ଯାଉଚି ଲାଖି
ସଖି ଲୋ କଳା ଆଖିକୁ ଦେଖି



ଶ୍ୟାମକୁଞ୍ଜ ଛାଡି ବଡ ଦେଉଳ
ଭକତ ପାଇଁକି ହୁଏ ପାଗଳ
ଶ୍ୟାମକୁଞ୍ଜ ଛାଡି ବଡ ଦେଉଳ
ଭକତ ପାଇଁକି ହୁଏ ପାଗଳ
ରୁଚେନା ତୁଣ୍ଡକୁ ବଡ ଭୋଗ
ଅବଢ଼ା ଅଭଡ଼ା ଡାଲି ଶାଗ
ଆଲୋ ଗଲାଣି କାଳିଆ ଦେହଟା ଶୁଖି
ଦେହଟା ଶୁଖି
ସଖି ଲୋ କଳା ଆଖିକୁ ଦେଖି
ସଖି ଲୋ କଳା ଆଖିକୁ ଦେଖି



ଉଠା ବସା ହୋଇ ଆସେ ଦାଣ୍ଡକୁ
ଆଖିରେ ଖୋଜଇ ଗୋପ ବାଳିଙ୍କୁ
ଉଠା ବସା ହୋଇ ଆସେ ଦାଣ୍ଡକୁ
ଆଖିରେ ଖୋଜଇ ଗୋପ ବାଳିଙ୍କୁ
ପତିତ ପାଖେ ନଥାଏ ମନ
ଭକତ ତାର ହୃଦ ଚନ୍ଦନ
ଆଲୋ ଅରୁଣ ଖମ୍ବ ତା ରହିଚି ସାକ୍ଷୀ
ରହିଚି ସାକ୍ଷୀ
ସଖି ଲୋ କଳା ଆଖିକୁ ଦେଖି
ସଖି ଲୋ କଳା ଆଖିକୁ ଦେଖି
ମୋ ମନ ଯାଉଚି ଲାଖି ଲୋ
ଯାଉଚି ଲାଖି ଯାଉଚି ଲାଖି
ସଖି ଲୋ କଳା ଆଖିକୁ ଦେଖି
ସଖି ଲୋ କଳା ଆଖିକୁ ଦେଖି

Sakhi Lo Kala Akhiku Odia Song Lyrics In Odia Font

Thank You


Comments