Sata Kahuchi To Deha Odia Song Lyrics In Odia Font

ODIA SONG LYRICS

ସତ କହୁଚି ତୋ ଦେହ ଛୁଇଁ ଲୋ

Sata Kahuchi To Deha Odia Song Lyrics In Odia Language

ପୁଅ
ସତ କହୁଚି ତୋ ଦେହ ଛୁଇଁ ଲୋ
ଛୁଇଁ ଲୋ
କଳାଶଙ୍ଖ ପରି ଦିଅଁ ନାହିଁ
ମିଛ କହିକି ଲାଭ କିଛି ନାହିଁ ଲୋ
ନାହିଁ ଲୋ
ତା ପରି ସାମନ୍ତ କେହି ନାହିଁ
ଚାହିଁଲେ ତାକୁ ଥରେ ଭରସି
ଭାଙ୍ଗିବ ତୋର ଦୁଃଖ କଳସି
ଚାହିଁଲେ ତାକୁ ଥରେ ଭରସି
ଭାଙ୍ଗିବ ତୋର ଦୁଃଖ କଳସି
ରଙ୍କ ଥାଳିଆ ତୋର ସେହି
ଝିଅ
ଅଣ୍ଟିରେ ରଖିଥିବି ମୁଁହି
ପୁଅ
ସତ କହୁଚି ତୋ ଦେହ ଛୁଇଁ ଲୋ
ଛୁଇଁ ଲୋ
କଳାଶଙ୍ଖ ପରି ଦିଅଁ ନାହିଁ
ମିଛ କହିକି ଲାଭ କିଛି ନାହିଁ ଲୋ
ଆଲୋ ଆଲୋ ନାହିଁ ଲୋ
ତା ପରି ସାମନ୍ତ କେହି ନାହିଁ



ପୁଅ
ଖଟର ବିଛଣା ଵାସି ହୋଇଗଲେ
କାଳିଆ ଆସଇ ନାହିଁ ଲୋ
ସଖି କାଳିଆ ଆସଇ ନାହିଁ
ଗଭାରୁ ଗଜରା ତଳେ ପଡିଗଲେ
ଦୁଆରୁ ଯାଏ ସେ ପଳେଇ ଲୋ
ସଖି ଦୁଆରୁ ଯାଏ ସେ ପଳେଇ
ଧରିବୁ ଯଦି ଭାବ ଆରିସୀ
ଭକତି ଯିବ ତୋର ବରଷି
ଧରିବୁ ଯଦି ଭାବ ଆରିସୀ
ଭକତି ଯିବ ତୋର ବରଷି
ଦେଖିବୁ କଳା ମୁହଁ ଛାଇ
ଝିଅ
ରାତିରେ ଜଗିଥିବି ମୁଁହିଁ
ପୁଅ
ସତ କହୁଚି ତୋ ଦେହ ଛୁଇଁ ଲୋ
ଛୁଇଁ ଲୋ
କଳାଶଙ୍ଖ ପରି ଦିଅଁ ନାହିଁ
ମିଛ କହିକି ଲାଭ କିଛି ନାହିଁ ଲୋ
ନାହିଁ ଲୋ
ତା ପରି ସାମନ୍ତ କେହି ନାହିଁ



ପୁଅ
ତୁଳସୀ ଚଉଁରା ଘର ଅଗଣାରେ
କେବେ ବଣା ହେବୁ ନାହିଁ ଲୋ
ତୁହି କେବେ ବଣା ହେବୁ ନାହିଁ
ବାସ ଚନ୍ଦନରେ କ୍ଷୀର ବୋଳି ଦେଇ
ତା ବାଟକୁ ଥିବୁ ଚାହିଁ ଲୋ
ସଖି ତା ବାଟକୁ ଥିବୁ ଚାହିଁ
ଆସିବ ଯେବେ କଳା ରସିକ
କିଣିବ ତୋର ମନ ବଣିକ
ଆସିବ ଯେବେ କଳା ରସିକ
କିଣିବ ତୋର ମନ ବଣିକ
ତା ପାଦେ ପଡ଼ି ଯିବୁ ତୁହି
ଝିଅ
ମୁଣ୍ଡିଆ ମାରୁଥିବି ମୁହିଁ

ପୁଅ
ସତ କହୁଚି ତୋ ଦେହ ଛୁଇଁ ଲୋ
ଆଲୋ ଆଲୋ ଛୁଇଁ ଲୋ
କଳାଶଙ୍ଖ ପରି ଦିଅଁ ନାହିଁ
ମିଛ କହିକି ଲାଭ କିଛି ନାହିଁ ଲୋ
ନାହିଁ ଲୋ
ତା ପରି ସାମନ୍ତ କେହି ନାହିଁ
ଚାହିଁଲେ ତାକୁ ଥରେ ଭରସି
ଭାଙ୍ଗିବ ତୋର ଦୁଃଖ କଳସି
ଚାହିଁଲେ ତାକୁ ଥରେ ଭରସି
ଭାଙ୍ଗିବ ତୋର ଦୁଃଖ କଳସି
ରଙ୍କ ଥାଳିଆ ତୋର ସେହି
ଝିଅ
ଅଣ୍ଟିରେ ରଖିଥିବି ମୁଁହି
ପୁଅ
ସତ କହୁଚି ତୋ ଦେହ ଛୁଇଁ ଲୋ
ଛୁଇଁ ଲୋ
କଳାଶଙ୍ଖ ପରି ଦିଅଁ ନାହିଁ
ମିଛ କହିକି ଲାଭ କିଛି ନାହିଁ ଲୋ
ନାହିଁ ଲୋ
ତା ପରି ସାମନ୍ତ କେହି ନାହିଁ
ସତ କହୁଚି ତୋ ଦେହ ଛୁଇଁ ଲୋ
ଛୁଇଁ ଲୋ
କଳାଶଙ୍ଖ ପରି ଦିଅଁ ନାହିଁ
ମିଛ କହିକି ଲାଭ କିଛି ନାହିଁ ଲୋ
ନାହିଁ ଲୋ
ତା ପରି ସାମନ୍ତ କେହି ନାହିଁ

Sata Kahuchi To Deha Odia Song Lyrics In Odia Font

Thank You


Comments