Tume Anubhabara Thakura Odia Lyrics In Odia Font

ODIA SONG LYRICS

ତୁମେ ଅନୁଭବର ଠାକୁର

Tume Anubhabara Thakura Odia Song Lyrics In Odia Font

ତୁମେ ଅନୁଭବର ଠାକୁର
ତୁମେ ଅନୁଭବର ଠାକୁର
ତୁମେ ଅନୁଭବର ଠାକୁର
ତୁମେ ଅନୁଭବର ଠାକୁର
ଚିନ୍ତା ଚେତନାରେ ଭକ୍ତି ଭାବନାରେ
ଚିନ୍ତା ଚେତନାରେ ଭକ୍ତି ଭାବନାରେ
ରହିଛି ସ୍ଥିତି ତୁମର
ତୁମେ ଅନୁଭବର ଠାକୁର
ତୁମେ ଅନୁଭବର ଠାକୁର


ଦେଖିବାକୁ ତୁମ ଶୁନ୍ୟ ବ୍ରହ୍ମ ରୁପ
ଜାଳିବାକୁ ହେବ ଜ୍ଞାନର ପ୍ରଦୀପ
ବାଢିଦେଇ ଶ୍ରଦ୍ଧା ବିଶ୍ୱାସର ଧୂପ
ସାଧିବାକୁ ହେବ ହୃଦୟରେ ତପ
ପ୍ରେମର ମନ୍ତ୍ରରେ ଆତ୍ମା ଆଳତିରେ
ପ୍ରେମର ମନ୍ତ୍ରରେ ଆତ୍ମା ଆଳତିରେ
ପହଡ ଫିଟେ ତୁମର
ତୁମେ ଅନୁଭବର ଠାକୁର
ତୁମେ ଅନୁଭବର ଠାକୁର


ତୁମ ଦର୍ଶନରେ ମିଳେ ମହାଶାନ୍ତି
ଅମୃତଠୁ ମିଠା ସେହି ଅନୁଭୂତି
ମାୟାର ଜାଲରୁ ପ୍ରାଣର କପୋତି
ଉଡିଯିବା ପାଇଁ ପାଏ ଅନୁମତି
କର୍ମ କଉଡ଼ିରେ ଧର୍ମ ଦଉଡ଼ିରେ
କର୍ମ କଉଡ଼ିରେ ଧର୍ମ ଦଉଡ଼ିରେ
ସଂସାର କର ଉଦ୍ଧାର
ତୁମେ ଅନୁଭବର ଠାକୁର

ତୁମେ ଅନୁଭବର ଠାକୁର
ଚିନ୍ତା ଚେତନାରେ ଭକ୍ତି ଭାବନାରେ
ଚିନ୍ତା ଚେତନାରେ ଭକ୍ତି ଭାବନାରେ
ରହିଛି ସ୍ଥିତି ତୁମର
ତୁମେ ଅନୁଭବର ଠାକୁର
ତୁମେ ଅନୁଭବର ଠାକୁର
ତୁମେ ଅନୁଭବର ଠାକୁର

Tume Anubhabara Thakura Odia Song Lyrics In Odia Language


Thank You

Comments