A Jibana Jaubana Odia Song Lyrics In Odia Font

ODIA SONG LYRICS

ଏ ଜୀବନ ଯଉବନ ସବୁ ପରା ତୁମ ଦାନ

A Jibana Jaubana Sabu Para Odia Song Lyrics In Odia Language

ଏ ଜୀବନ ଯଉବନ ସବୁ ପରା ତୁମ ଦାନ
ଏ ଜୀବନ ଯଉବନ ସବୁ ପରା ତୁମ ଦାନ
କିଛି ଦେଇ ନାହଁ ବୋଲି କରିବିକି ଅଭିମାନ
କିଛି ଦେଇ ନାହଁ ବୋଲି କରିବିକି ଅଭିମାନ



ତୁମରି ଦୁଆରେ ଠିଆ ହେବା ପାଇଁ
ଦେଇଛ ଦି ପାଦ ମାଟି
ଗଣ୍ଡେ ଖାଇ ଦଣ୍ଡେ ବଞ୍ଚିବା ପାଇଁ କି
ଦଉଚ ଅବଢ଼ା ବାଣ୍ଟି
ତୁମରି ଦୁଆରେ ଠିଆ ହେବା ପାଇଁ
ଦେଇଛ ଦି ପାଦ ମାଟି
ଗଣ୍ଡେ ଖାଇ ଦଣ୍ଡେ ବଞ୍ଚିବା ପାଇଁ କି
ଦଉଚ ଅବଢ଼ା ବାଣ୍ଟି
ଏ ଧରମ ଏ କରମ ସବୁ ପରା ତୁମ ଦାନ
ଏ ଧରମ ଏ କରମ ସବୁ ପରା ତୁମ ଦାନ
କିଛି ଦେଇ ନାହଁ ବୋଲି କରିବିକି ଅଭିମାନ
କିଛି ଦେଇ ନାହଁ ବୋଲି କରିବିକି ଅଭିମାନ



ଧନ୍ୟ ମୁଁ ହେଇଛି ଆହେ ମହାପ୍ରଭୁ
ତୁମରି ସଂସାରେ ଥାଇ
କୀଟ କି ପତଙ୍ଗ ପଶୁ ନୁହେଁ ପୁଣି
ମଣିଷ ଜନମ ପାଇ
ଧନ୍ୟ ମୁଁ ହେଇଚି ଆହେ ମହାପ୍ରଭୁ
ତୁମରି ସଂସାରେ ଥାଇ
କୀଟ କି ପତଙ୍ଗ ପଶୁ ନୁହେଁ ପୁଣି
ମଣିଷ ଜନମ ପାଇ
ଏ ଜନମ ଏ ମରଣ ସବୁ ପରା ତୁମ ଦାନ
ଏ ଜନମ ଏ ମରଣ ସବୁ ପରା ତୁମ ଦାନ
କିଛି ଦେଇ ନାହଁ ବୋଲି କରିବିକି ଅଭିମାନ
କିଛି ଦେଇ ନାହଁ ବୋଲି କରିବିକି ଅଭିମାନ

ଏ ଜୀବନ ଯଉବନ ସବୁ ପରା ତୁମ ଦାନ
ଏ ଜୀବନ ଯଉବନ ସବୁ ପରା ତୁମ ଦାନ
କିଛି ଦେଇ ନାହଁ ବୋଲି କରିବିକି ଅଭିମାନ
କିଛି ଦେଇ ନାହଁ ବୋଲି କରିବିକି ଅଭିମାନ
କିଛି ଦେଇ ନାହଁ ବୋଲି କରିବିକି ଅଭିମାନ

A Jibana Jaubana Sabu Para Odia Song Lyrics In Odia Font



Thank You

Comments