Atakila Nandighosa Odia Song Lyrics In Odia Font

ODIA SONG LYRICS

ଅଟକିଲା ନନ୍ଦିଘୋଷ ଗଡୁ ଏଥର
ମାନସିକ ପୁରିଲା ମୋ କଳା ଠାକୁର

Atakila Nandighosa Gadu Ethara Odia Song Lyrics In Odia Font

ପ୍ରଭୁ ହେ.....
ଅଟକିଲା ନନ୍ଦିଘୋଷ.....
ଗଡୁ ଏଥର ଗଡୁ ଏଥର

ଅଟକିଲା ନନ୍ଦିଘୋଷ ଗଡୁ ଏଥର
ମାନସିକ ପୁରିଲା ମୋ କଳା ଠାକୁର
ଅଟକିଲା ନନ୍ଦିଘୋଷ ଗଡୁ ଏଥର
ମାନସିକ ପୁରିଲା ମୋ କଳା ଠାକୁର
ପ୍ରଭୁ ମୋ ପାଇଁ ଗଲ ଅଟକି
ଆହେ କୃପାଳୁ କାଳିଆ ହାତୀ
ତୁମେ ଜଗତ ଜନର ସାଥି
ଏହା ଜାଣିଲା ସାରା ଜଗତି
ଶରଧା ବାଲିକି ପ୍ରଭୁ
ଶରଧା ବାଲିକି ପ୍ରଭୁ ଚଳ ଏଥର
ଅଟକିଲା ନନ୍ଦିଘୋଷ ଗଡୁ ଏଥର
ମାନସିକ ପୁରିଲା ମୋ କଳା ଠାକୁର



ଦଣ୍ଡବତୀ ଭକ୍ତ ମୁହିଁ
ତରିଲି ଏ ଜନ୍ମ ପାଇ
ତୁମ ଠାରୁ ବଡ କିଏ
ଅଛି ଆହେ ଭାବଗ୍ରାହୀ
ଦଣ୍ଡବତୀ ଭକ୍ତ ମୁହିଁ
ତରିଲି ଏ ଜନ୍ମ ପାଇ
ତୁମ ଠାରୁ ବଡ କିଏ
ଅଛି ଆହେ ଭାବଗ୍ରାହୀ
ଚନ୍ଦନ ପୁରରେ ଡାକିଲି କାତରେ
ଶ୍ରବଣ ମନ୍ତ୍ରକେ ରହିଲ ପଥରେ
ମୋ ଯିବା ଯାଏ ପ୍ରଭୁ
ମୋ ଯିବା ଯାଏ ପ୍ରଭୁ ଚାହିଁ ରହିଲ
ଅଟକିଲା ନନ୍ଦିଘୋଷ ଗଡୁ ଏଥର
ମାନସିକ ପୁରିଲା ମୋ କଳା ଠାକୁର



ବଡ ଭାଇ ଭଗ୍ନୀ ରାଣୀ
ଆଗେ ଆଗେ ଚାଲିଲେଣି
ଆଉ ହେଳା ଚକାଡୋଳା
କର ନାହିଁ ଜାଣିଶୁଣି
ବଡ ଭାଇ ଭଗ୍ନୀ ରାଣୀ
ଆଗେ ଆଗେ ଚାଲିଲେଣି
ଆଉ ହେଳା ଚକାଡୋଳା
କର ନାହିଁ ଜାଣିଶୁଣି
ଯିବା ପାଇଁ ହେଉ ଶରଧା ବାଲିକି
ବାଳକ ଭକ୍ତର ଘେନ ଏ ଅଳିକି
ଜଗତ ଜାଣିଲା ତୁମେ
ଜଗତ ଜାଣିଲା ତୁମେ ଭକ୍ତ ଜନର

ଅଟକିଲା ନନ୍ଦିଘୋଷ ଗଡୁ ଏଥର
ମାନସିକ ପୁରିଲା ମୋ କଳା ଠାକୁର
ପ୍ରଭୁ ମୋ ପାଇଁ ଗଲ ଅଟକି
ଆହେ କୃପାଳୁ କାଳିଆ ହାତୀ
ତୁମେ ଜଗତ ଜନର ସାଥି
ଏହା ଜାଣିଲା ସାରା ଜଗତି
ଶରଧା ବାଲିକି ପ୍ରଭୁ
ଶରଧା ବାଲିକି ପ୍ରଭୁ ଚଳ ଏଥର
ଅଟକିଲା ନନ୍ଦିଘୋଷ ଗଡୁ ଏଥର
ମାନସିକ ପୁରିଲା ମୋ କଳା ଠାକୁର
ମୋ କଳା ଠାକୁର ମୋ କଳା ଠାକୁର

Atakila Nandighosa Gadu Ethara Odia Song Lyrics In Odia Language

Thank You

Comments