Madhaba He Madhaba Odia Song Lyrics In Odia Font

ODIA SONG LYRICS

ମାଧବ ହେ ମାଧବ

Madhaba He Madhaba Odia Song Lyrics In Odia Font

ମାଧବ ହେ ମାଧବ
ମାଧବ ମାଧବ ହେ ମାଧବ

ମୁଠେ ପଖାଳରେ ପେଟ ପୁରେ ମୋର
ମୁଠେ ପଖାଳରେ ପେଟ ପୁରେ ମୋର
ଛପନ ଭୋଗରେ ନାହିଁ ତ ଲୋଭ
ମାଧବ ହେ ମାଧବ ହେ ମାଧବ
ମାଧବ ହେ ମାଧବ
ଝାଟି ମାଟି ଘରେ ସବୁ ସୁଖ ମୋର
ଝାଟି ମାଟି ଘରେ ସବୁ ସୁଖ ମୋର
ରାଜ ମହଲରେ ନାହିଁ ତ ଲୋଭ
ମାଧବ ହେ ମାଧବ ହେ ମାଧବ
ମାଧବ ହେ.....ମାଧବ



ବାଟିଏ ସମ୍ପତ୍ତି ଲୋଡ଼ା ନାହିଁ ମୋର
ଦି ପାଦ ମାଟିରେ ହେଇଚି ଠିଆ
ମିଛରେ କାହିଁକି ଲୋଭ କରିବିରେ
ଏ ଦେହରେ ଦିନେ ଲାଗିବ ନିଆଁ
ଖଣ୍ଡିଏ ଲୁଗାରେ ଲାଜ ଲୁଚେ ମୋର
ଖଣ୍ଡିଏ ଲୁଗାରେ ଲାଜ ଲୁଚେ ମୋର
ଖଣ୍ଡୁଆ ପାଟରେ ନାହିଁ ତ ଲୋଭ
ମାଧବ ହେ ମାଧବ ହେ ମାଧବ
ମାଧବ ହେ.....ମାଧବ



ତୋ ଜାଗାରେ ତୁ ଭଲରେ ଅଛୁରେ
ମୋ ଜାଗାରେ ମୁଁ ଭଲରେ ଅଛି
ହୋ...ଯେତିକି ଦେଇଛୁ ସେତିକିରେ ଶାନ୍ତି
ବେଶି ଆଉ ତତେ ମାଗୁନି କିଛି
ଛିଣ୍ଡା ମସିଣାରେ ସୁଖ ନିଦ ମୋର
ଛିଣ୍ଡା ମସିଣାରେ ସୁଖ ନିଦ ମୋର
ରତନ ଖଟରେ ନାହିଁ ତ ଲୋଭ
ମାଧବ ହେ ମାଧବ ହେ ମାଧବ
ମାଧବ ହେ.....ମାଧବ
ମୁଠେ ପଖାଳରେ ପେଟ ପୁରେ ମୋର
ମୁଠେ ପଖାଳରେ ପେଟ ପୁରେ ମୋର
ଛପନ ଭୋଗରେ ନାହିଁ ତ ଲୋଭ
ମାଧବ ହେ ମାଧବ ହେ ମାଧବ
ମାଧବ ହେ.....ମାଧବ
ମାଧବ ମାଧବ



Madhaba He Madhaba Odia Song Lyrics In Odia Font



Thank You

Comments

Unknown said…
Wow ase hi karte raho bhai jay Jagannath