Utha Nisi Pahila Odia Song Lyrics In Odia Font

ODIA SONG LYRICS

ଉଠ ନିଶି ପହିଲା ଏଥର
ହେ ବଂଶୀଧର

Utha Nisi Pahila Ethara Odia Song Lyrics In Odia Font

ଉଠ ନିଶି ପହିଲା ଏଥର
ହେ ବଂଶୀଧର
ଉଠ ନିଶି ପହିଲା ଏଥର
ହେ ବଂଶୀଧର
ଉଠ ନିଶି ପହିଲା ଏଥର

ମନ୍ଦିରରେ ଡାକେ ଶୁକ
ଗଗନେ ରାବିଲେ କାକ
କୁହୁ କୁହୁ କଲେ ପିକ
କୁହୁ କୁହୁ କଲେ ପିକ
କୁକକୁଟ ଡାକିଲେ ପରଖର
ହେ ବଂଶୀଧର
ଉଠ ନିଶି ପହିଲା ଏଥର
ହେ ବଂଶୀଧର
ଉଠ ନିଶି ପହିଲା ଏଥର

ଯଶୋବନ୍ତୀ କୋଳୁ ହରି
ଉଠ ପ୍ରଭୁ ବନମାଳୀ
ଶ୍ରୀମୁଖ ଦେବି ପଖାଳି
ଶ୍ରୀମୁଖ ଦେବି ପଖାଳି
ଝରିରେ ରଖିଛି ବାସ ନୀର
ହେ ବଂଶୀଧର
ଉଠ ନିଶି ପହିଲା ଏଥର
ହେ ବଂଶୀଧର
ଉଠ ନିଶି ପହିଲା ଏଥର

ଅମୃତ ପାଣି କଦଳୀ
ଲବଣୀ ସଙ୍ଗତେ ଗୋଳି
ଅଧାମ ଗୋଟିକା ପୁଳି
ଅଧାମ ଗୋଟିକା ପୁଳି
ଖଣ୍ଡ ସଙ୍ଗେ ଭୁଞ୍ଜାଇବି ସର
ହେ ବଂଶୀଧର
ଉଠ ନିଶି ପହିଲା ଏଥର
ହେ ବଂଶୀଧର
ଉଠ ନିଶି ପହିଲା ଏଥର

ଉଠ ଉଠ ବାସୁଦେବ
ଯିବାକୁ ଉଛୁର ହେବ
ଦଧି ଅନ୍ନ ସଙ୍ଗେ ଥିବ
ଦଧି ଅନ୍ନ ସଙ୍ଗେ ଥିବ
ନଦୀକୂଳେ କରିବ ଆହାର
ହେ ବଂଶୀଧର
ଉଠ ନିଶି ପହିଲା ଏଥର
ହେ ବଂଶୀଧର
ଉଠ ନିଶି ପହିଲା ଏଥର

ଗୋବସା ଚରାଇ ଯାଇ
କାଲି ପଥଶ୍ରମ ପାଇ
ଅଳସରେ ଅଛ ଶୋଇ
ଅଳସରେ ଅଛ ଶୋଇ
ଅଶକତ ହୁଏ କି ଶରୀର
ହେ ବଂଶୀଧର
ଉଠ ନିଶି ପହିଲା ଏଥର
ହେ ବଂଶୀଧର
ଉଠ ନିଶି ପହିଲା ଏଥର




Utha Nisi Pahila Ethara Odia Song Lyrics In Odia Font



Thank You


Comments