Kain Fula Ranga Tora Odia Song Lyrics In Odia Font

ODIA SONG LYRICS

କଇଁ ଫୁଲ ରଙ୍ଗ ତୋର ମୁହଁ ଚାନ୍ଦିନୀ

Kain Fula Ranga Tora Odia Song Lyrics In Odia Language

କଇଁ ଫୁଲ ରଙ୍ଗ ତୋର ମୁହଁ ଚାନ୍ଦିନୀ
ତୋ ପରି ଝିଅଟିଏ କେବେ ଦେଖିନି
କଇଁ ଫୁଲ ରଙ୍ଗ ତୋର ମୁହଁ ଚାନ୍ଦିନୀ
ତୋ ପରି ଝିଅଟିଏ କେବେ ଦେଖିନି
ଇସାରାରେ ଆଖି ତୋର
କହେ ମିଠା କାହାଣୀ


ଚଗଲି ଆଖିରେ ଯେବେ ଦଉ ତୁ ଅନେଇ
ଚାହାଣିରେ ସବୁ ମନ ନଉ ତୁ ଚୋରେଇ
ଉଁ ହୁଁ ହୁଁ ଲା ଲା ଲା ଆହା ହା ହା
ଚଗଲି ଆଖିରେ ଯେବେ ଦଉ ତୁ ଅନେଇ
ଚାହାଣିରେ ସବୁ ମନ ନଉ ତୁ ଚୋରେଇ
ଶ୍ରାବଣ ମୁଁ ହେବି ତୋର ତୁ ମୋ ଶ୍ରାବଣୀ
ଶ୍ରାବଣ ମୁଁ ହେବି ତୋର ତୁ ମୋ ଶ୍ରାବଣୀ
କଇଁ ଫୁଲ ରଙ୍ଗ ତୋର ମୁହଁ ଚାନ୍ଦିନୀ
ତୋ ପରି ଝିଅଟିଏ କେବେ ଦେଖିନି


ତୋ ଗଭାରେ ଜୁଇଜାଇ ମହ ମହ ବାସେ
ପାଗଳ ମୁଁ ଭଅଁର ତୋ ପଛେ ଧାଇଁ ଆସେ
ଲା ଲା ଲା ଲା ଲା ଲା
ତୋ ଗଭାରେ ଜୁଇଜାଇ ମହ ମହ ବାସେ
ପାଗଳ ମୁଁ ଭଅଁର ତୋ ପଛେ ଧାଇଁ ଆସେ
ହସୁ ହସୁ ରୁଷି ଯାଉ ବଡ ଅଭିମାନିନୀ
ହସୁ ହସୁ ରୁଷି ଯାଉ ବଡ ଅଭିମାନିନୀ
କଇଁ ଫୁଲ ରଙ୍ଗ ତୋର ମୁହଁ ଚାନ୍ଦିନୀ
ତୋ ପରି ଝିଅଟିଏ କେବେ ଦେଖିନି
ଇସାରାରେ ଆଖି ତୋର
କହେ ମିଠା କାହାଣୀ

କଇଁ ଫୁଲ ରଙ୍ଗ ତୋର ମୁହଁ ଚାନ୍ଦିନୀ
ତୋ ପରି ଝିଅଟିଏ କେବେ ଦେଖିନି

Kain Fula Ranga Tora Odia Song Lyrics In Odia Font


Thank You

Comments