Akhi Dui Jadi Habure Odia Song Lyrics In Odia Font

ODIA SONG LYRICS

ଆଖି ଦୁଇ ଜଦି ହବୁରେ କଜଳ ଗାର ମୁଁ ହେବି

Akhi Dui Jadi Habure Odia Song Lyrics In Odia Font

ଏ କାଳିଆ...
ଆଖି ଦୁଇ ଜଦି ହବୁରେ କଜଳ ଗାର ମୁଁ ହେବି
ଆଖି ଦୁଇ ଜଦି ହବୁରେ କଜଳ ଗାର ମୁଁ ହେବି
ଲାଗି ଲାଗି ଥିବି ପତାରେ ପତାରେ
ଲାଗି ଲାଗି ଥିବି ପତାରେ ପତାରେ
ତୋ ଆଖିରେ...
ତୋ ଆଖିରେ ରହିଥିବି କଜଳ ଗାର ମୁଁ ହେବି
ଆଖି ଦୁଇ ଜଦି ହବୁରେ କଜଳ ଗାର ମୁଁ ହେବି
କଜଳ ଗାର ମୁଁ ହେବି


ଗଳାଟିଏ ଜଦି ହବୁରେ ତୁଳସୀ ମାଳ ମୁଁ ହେବି
ମତେ ତୁ ଗଳାରେ ପିନ୍ଧିବୁ ତୋ ଗଳାରେ ଝୁଲୁଥିବି
ଗଳାଟିଏ ଜଦି ହବୁରେ ତୁଳସୀ ମାଳ ମୁଁ ହେବି
ମତେ ତୁ ଗଳାରେ ପିନ୍ଧିବୁ ତୋ ଗଳାରେ ଝୁଲୁଥିବି
ଏ କାଳିଆ...
ମଥାଟିଏ ଜଦି ହବୁରେ ଚନ୍ଦନ ଟିପା ମୁଁ ହେବି
ମଥାଟିଏ ଜଦି ହବୁରେ ଚନ୍ଦନ ଟିପା ମୁଁ ହେବି
କଳା କପାଳକୁ ଚନ୍ଦନେ ଚନ୍ଦନେ
କଳା କପାଳକୁ ଚନ୍ଦନେ ଚନ୍ଦନେ
ଟିପି ଟିପି...
ଟିପି ଟିପି ସଜେଇ ଦେବି ଚନ୍ଦନ ଟିପା ମୁଁ ହେବି
ଆଖି ଦୁଇ ଜଦି ହବୁରେ କଜଳ ଗାର ମୁଁ ହେବି
କଜଳ ଗାର ମୁଁ ହେବି


ଓଠଟିଏ ଜଦି ହବୁରେ ବଇଁଶୀ ଟିଏ ମୁଁ ହେବି
ତୋ ଓଠରେ ଲାଖିଥିବି ସୁରେ ସୁରେ ବାଜୁଥିବି
ଓଠଟିଏ ଜଦି ହବୁରେ ବଇଁଶୀ ଟିଏ ମୁଁ ହେବି
ତୋ ଓଠରେ ଲାଖିଥିବି ସୁରେ ସୁରେ ବାଜୁଥିବି
ଏ କାଳିଆ...
ଦେହଟିଏ ଜଦି ହବୁରେ ଫଗୁଅଁ କ୍ଷୀର ମୁଁ ହେବି
ଦେହଟିଏ ଜଦି ହବୁରେ ଫଗୁଅଁ କ୍ଷୀର ମୁଁ ହେବି
କଳା ଶ୍ରୀ ଅଙ୍ଗକୁ ନାଲିରେ ନାଲିରେ
କଳା ଶ୍ରୀ ଅଙ୍ଗକୁ ନାଲିରେ ନାଲିରେ
ମୋ ରଙ୍ଗରେ...
ମୋ ରଙ୍ଗରେ ରଙ୍ଗେଇ ଦେବି ଫଗୁଅଁ କ୍ଷୀର ମୁଁ ହେବି
ଆଖି ଦୁଇ ଜଦି ହବୁରେ କଜଳ ଗାର ମୁଁ ହେବି
କଜଳ ଗାର ମୁଁ ହେବି


ହାତ ଦୁଇ ଜଦି ହବୁରେ ଚୁଡ଼ି ଦି ପଟ ମୁଁ ହେବି
ଏ ହାତେ ସେ ହାତେ ରହିକି ରୁଣୁ ଝୁଣୁ ହଉଥିବି
ହାତ ଦୁଇ ଜଦି ହବୁରେ ଚୁଡ଼ି ଦି ପଟ ମୁଁ ହେବି
ଏ ହାତେ ସେ ହାତେ ରହିକି ରୁଣୁ ଝୁଣୁ ହଉଥିବି
ଏ କାଳିଆ...
ପାଦ ଦୁଇ ଜଦି ହବୁରେ ପାଉଁଜି ହଳେ ମୁଁ ହେବି
ପାଦ ଦୁଇ ଜଦି ହବୁରେ ପାଉଁଜି ହଳେ ମୁଁ ହେବି
ଦୁଇ ପାଦେ ତୋର ବନ୍ଧା ହୋଇଥିବି
ଦୁଇ ପାଦେ ତୋର ବନ୍ଧା ହୋଇଥିବି
ଶ୍ରୀ ପାଦରେ...
ଶ୍ରୀ ପାଦରେ ରହିଥିବି ପାଉଁଜି ହଳେ ମୁଁ ହେବି
ଆଖି ଦୁଇ ଜଦି ହବୁରେ କଜଳ ଗାର ମୁଁ ହେବି

ଆଖି ଦୁଇ ଜଦି ହବୁରେ କଜଳ ଗାର ମୁଁ ହେବି
ଲାଗି ଲାଗି ଥିବି ପତାରେ ପତାରେ
ଲାଗି ଲାଗି ଥିବି ପତାରେ ପତାରେ
ତୋ ଆଖିରେ...
ତୋ ଆଖିରେ ରହିଥିବି କଜଳ ଗାର ମୁଁ ହେବି
ଆଖି ଦୁଇ ଜଦି ହବୁରେ କଜଳ ଗାର ମୁଁ ହେବି
ଆଖି ଦୁଇ ଜଦି ହବୁରେ କଜଳ ଗାର ମୁଁ ହେବି
କଜଳ ଗାର ମୁଁ ହେବି
କଜଳ ଗାର ମୁଁ ହେବି

Akhi Dui Jadi Habure Odia Song Lyrics In Odia Font


Thank You

Comments