Chala Sakhi Ambhe Odia Song Lyrics In Odia Font

ODIA SONG LYRICS

ଚାଲ ସଖି ଆମ୍ଭେ ଦର୍ଶନ କରିବା
ନୀଳଗିରି କାଳିଆକୁ

Chala Sakhi Ambhe Odia Song Lyrics In Odia Language

ଚାଲ ସଖି ଆମ୍ଭେ ଦର୍ଶନ କରିବା
ଚାଲ ସଖି ଆମ୍ଭେ ଦର୍ଶନ କରିବା
ନୀଳଗିରି କାଳିଆକୁ
ଚାଲ ସଖି ଆମ୍ଭେ ଦର୍ଶନ କରିବା
ନୀଳଗିରି କାଳିଆକୁ
କେଉଁ ସୁରପତି ବେଶ କରିଅଛି
କେଉଁ ସୁରପତି ବେଶ କରିଅଛି
ଗିରିବର ତୋଳିଆକୁ
ସେ ଯେ ଶ୍ରୀମୁଖ ତୋରା
ଶିରେ ସୁନା ସୁତା କିରାକିରା
ସେ ଯେ ଶ୍ରୀମୁଖ ତୋରା
ଶିରେ ସୁନା ସୁତା କିରାକିରା
ସେ ଯେ ଶ୍ରୀମୁଖ ତୋର


ଶ୍ୱେତ ପଦ୍ମଆଖି ଦେଖିଲେ ଗୋ ସଖି
ଚିତ୍ତ କି ବାହୁଡେ ଆଉ
ଶ୍ୱେତ ପଦ୍ମଆଖି ଦେଖିଲେ ଗୋ ସଖି
ଚିତ୍ତ କି ବାହୁଡେ ଆଉ
କର୍ଣ୍ଣରେ କୁଣ୍ଡଳ...ପ୍ରଭୁ ହେ...
କର୍ଣ୍ଣରେ କୁଣ୍ଡଳ ଦିଶେ ଝଲଝଲ
କୌସ୍ତୁଭ ଦାଉ ଦାଉ
ସେ ଯେ ହିଆ ବୃଷାଳ
ମିଶା ମିଶି ବରାନିଧି ଫଳ
ସେ ଯେ ହିଆ ବୃଷାଳ
ମିଶିବାର ବରାନିଧି ଫଳ
ସେ ଯେ ହିଆ ବୃଷାଳ


ଶଙ୍ଖ ଚକ୍ର ଗଦା ପଦ୍ମ ମହାପ୍ରଭୁ
ଧରିଛନ୍ତି ଆଣ୍ଟ କରି
ଶଙ୍ଖ ଚକ୍ର ଗଦା ପଦ୍ମ ମହାପ୍ରଭୁ
ଧରିଛନ୍ତି ଆଣ୍ଟ କରି
ଦୁଃଶହ ଦୁର୍ଗତି ପ୍ରଭୁ ହେ...
ଦୁଃଶହ ଦୁର୍ଗତି ଗ୍ରହପୀଡା ମାନେ
ଆଉ କି ପଶିବେ ଡରି
ସେ ଯେ ଦୟା ସାଗର
ତାଙ୍କ ପଦ୍ମପାଦେ ଲୟ କର
ସେ ଯେ ଦୟା ସାଗର
ତାଙ୍କ ପଦ୍ମପାଦେ ଲୟ କର
ସେ ଯେ ଦୟା ସାଗର


ଶ୍ରୀ ପୁରୁଷୋତ୍ତମ ରହଣି କରିବା
ଖାଇବା ଛଡା ତୁଳସୀ
ଶ୍ରୀ ପୁରୁଷୋତ୍ତମ ରହଣି କରିବା
ଖାଇବା ଛଡା ତୁଳସୀ
କହେ ସାଲବେଗ ପ୍ରଭୁ ହେ...
କହେ ସାଲବେଗ ସିଂହଦ୍ୱାର ଠାରେ
ହୋଇଥିବା କ୍ଷେତ୍ରବାସି
ସେ ଯେ ଆରତ ତ୍ରାଣ
କାଳ ଗଜକୁ ସିଂହ ପ୍ରୟାଣ 
ସେ ଯେ ଆରତ ତ୍ରାଣ
ଚାଲ ଚାଲ ପଶିବା ଶରଣ
ସେ ଯେ ଆରତ ତ୍ରାଣ
ଚାଲ ଚାଲ ପଶିବା ଶରଣ
ସେ ଯେ ଆରତ ତ୍ରାଣ
ସେ ଯେ ଆରତ ତ୍ରାଣ
ସେ ଯେ ଆରତ ତ୍ରାଣ

Chala Sakhi Ambhe Darsana Kariba Odia Song Lyrics In Odia Font

Thank You


Comments