Gopa Nagariru Chithi Asichi Odia Song Lyrics In Odia Font

ODIA SONG LYRICS

ଗୋପ ନଗରୀରୁ ଚିଠି ଆସିଚି
ଚିଠି ବାସୁଚି ତୁଳସୀ ତୁଳସୀ

Gopa Nagariru Chithi Asichi Odia Song Lyrics In Odia Font

ଗୋପ ନଗରୀରୁ ଚିଠି ଆସିଚି
ଗୋପ ନଗରୀରୁ ଚିଠି ଆସିଚି
ଚିଠି ବାସୁଚି ତୁଳସୀ ତୁଳସୀ
ଚିଠି ବାସୁଚି ତୁଳସୀ ତୁଳସୀ
ଭାଇ ଭଉଣୀ କାଳେ ପାରିବେ ଜାଣି
କଳା ଶ୍ରୀମୁଖେ ପାଟ ଖଣ୍ଡୁଆ ଟାଣି
ଭାଇ ଭଉଣୀ କାଳେ ପାରିବେ ଜାଣି
କଳା ଶ୍ରୀମୁଖେ ପାଟ ଖଣ୍ଡୁଆ ଟାଣି
କାଳିଆ ପଢେ ଲୁଚି ଲୁଚି
ଚିଠି ବାସୁଚି ତୁଳସୀ ତୁଳସୀ
ଚିଠି ବାସୁଚି ତୁଳସୀ ତୁଳସୀ



ରାଧିକା ଲେଖିଚି ଚିଠି କଜଳେ କଜଳେ
କେତେ ଯେ ଚାହିଁଚି ଆଖି ସଜଳେ ସଜଳେ
ରାଧିକା ଲେଖିଚି ଚିଠି କଜଳେ କଜଳେ
କେତେ ଯେ ଚାହିଁଚି ଆଖି ସଜଳେ ସଜଳେ
ରାଧା କମାଳ ସରୁ ପାଖୁଡା ଖୋଲି
ମିନତି କରି ଲେଖେ ଆସିବ ବୋଲି
ରାଧା କମାଳ ସରୁ ପାଖୁଡା ଖୋଲି
ମିନତି କରି ଲେଖେ ଆସିବ ବୋଲି
ମାଳି ଆଣିଚି ଫୁଲ ଚିଠି
ଚିଠି ବାସୁଚି ତୁଳସୀ ତୁଳସୀ
ଚିଠି ବାସୁଚି ତୁଳସୀ ତୁଳସୀ



ହସୁଚି କାଳିଆ ସିନା ଅନ୍ତରେ କାନ୍ଦୁଚି
ଖଣ୍ଡୁଆ କାନିରେ ଚିଠି ସରାଗେ ବାନ୍ଧୁଚି
ହସୁଚି କାଳିଆ ସିନା ଅନ୍ତରେ କାନ୍ଦୁଚି
ଖଣ୍ଡୁଆ କାନିରେ ଚିଠି ସରାଗେ ବାନ୍ଧୁଚି
କଥା ଦେଇଚି ଏଣେ ଇନ୍ଦ୍ରଦ୍ୟୁମ୍ନକୁ
ଛାଡି ଯିବନି କେବେ ନୀଳାଚଳକୁ
କଥା ଦେଇଚି ଏଣେ ଇନ୍ଦ୍ରଦ୍ୟୁମ୍ନକୁ
ଛାଡି ଯିବନି କେବେ ନୀଳାଚଳକୁ
ଭାରି ଅଡୁଆ ଏଇ ଚିଠି
ଚିଠି ବାସୁଚି ତୁଳସୀ ତୁଳସୀ
ଚିଠି ବାସୁଚି ତୁଳସୀ ତୁଳସୀ

ଗୋପ ନଗରୀରୁ ଚିଠି ଆସିଚି
ଗୋପ ନଗରୀରୁ ଚିଠି ଆସିଚି
ଚିଠି ବାସୁଚି ତୁଳସୀ ତୁଳସୀ
ଚିଠି ବାସୁଚି ତୁଳସୀ ତୁଳସୀ
ଭାଇ ଭଉଣୀ କାଳେ ପାରିବେ ଜାଣି
କଳା ଶ୍ରୀମୁଖେ ପାଟ ଖଣ୍ଡୁଆ ଟାଣି
ଭାଇ ଭଉଣୀ କାଳେ ପାରିବେ ଜାଣି
କଳା ଶ୍ରୀମୁଖେ ପାଟ ଖଣ୍ଡୁଆ ଟାଣି
କାଳିଆ ପଢେ ଲୁଚି ଲୁଚି
ଚିଠି ବାସୁଚି ତୁଳସୀ ତୁଳସୀ
ଚିଠି ବାସୁଚି ତୁଳସୀ ତୁଳସୀ
ଚିଠି ବାସୁଚି ତୁଳସୀ ତୁଳସୀ
ଚିଠି ବାସୁଚି ତୁଳସୀ ତୁଳସୀ


Gopa Nagariru Chithi Asichi Odia Song Lyrics In Odia Language

Thank You

Comments