Kaliare Tu Na Sunile Odia Song Lyrics In Odia Font

ODIA SONG LYRICS

କାଳିଆରେ ତୁ ନ ଶୁଣିଲେ
ଶୁଣେଇବି ଆଉ କାହାକୁ

Kaliare Tu Na Sunile Odia Song Lyrics In Odua Font

ହୋ...ପାଉଁଶ ତଳେ ଅଙ୍ଗାର କୁହୁଳିଲେ
ବରଷା ଲିଭାଏ ତାକୁ
ଓ...ବରଷା ଲିଭାଏ ତାକୁ
ଶ୍ରାବଣ ଯେବେ ଲଗେଇବ ନିଆଁ
କିଏ ଲିଭେଇବ ତାକୁ
ହୋ...କିଏ ଲିଭେଇବ ତାକୁ
କାଳିଆରେ ତୁ ନ ଶୁଣିଲେ
କାଳିଆରେ ତୁ ନ ଶୁଣିଲେ
ଶୁଣେଇବି ଆଉ କାହାକୁ
ହୋ...ଶୁଣେଇବି ଆଉ କାହାକୁ



ହୃଦୟକୁ ଯେବେ ବାଧି ଯାଏ କେବେ
ବୁଝାଏ ଦରଦୀ ବନ୍ଧୁ
ବନ୍ଧୁ ହେଇ ଜଦି
ଆରେ ଆଘାତ ଦିଏରେ
କିଏ ବୁଝେଇବ ମନକୁ
ହୃଦୟକୁ ଯେବେ ବାଧି ଯାଏ କେବେ
ବୁଝାଏ ଦରଦୀ ବନ୍ଧୁ
ହୋ...ବୁଝାଏ ଦରଦୀ ବନ୍ଧୁ
ହୋ...ବନ୍ଧୁ ହେଇ ଜଦି ଆଘାତ ଦିଏରେ
କିଏ ବୁଝେଇବ ମନକୁ
ହୋ...କିଏ ବୁଝେଇବ ମନକୁ
କାଳିଆରେ ତୁ ନ ବୁଝିଲେ
କାଳିଆରେ ତୁ ନ ବୁଝିଲେ
ବୁଝେଇବି ଆଉ କାହାକୁ
ହୋ...ବୁଝେଇବି ଆଉ କାହାକୁ



ମଝି ଦରିଆରେ ଡ଼ଙ୍ଗା ବୁଡିଗଲେ
ବଞ୍ଚେଇ ଦିଏରେ ମାଝି
ମାଝି ହେଇ ସାହା
ଆରେ ବୁଡ଼େଇଲେ ନାଆ
ଭରସା କରିବ କାହାକୁ
ହୋ..ମଝି ଦରିଆରେ ଡ଼ଙ୍ଗା ବୁଡିଗଲେ
ବଞ୍ଚେଇ ଦିଏରେ ମାଝି
ହୋ...ବଞ୍ଚେଇ ଦିଏରେ ମାଝି
ମାଝି ହେଇ ସାହା ବୁଡ଼େଇଲେ ନାଆ
ଭରସା କରିବ କାହାକୁ
ହୋ...ଭରସା କରିବ କାହାକୁ
କାଳିଆରେ ସାହା ନ ହେଲେ
କାଳିଆରେ ସାହା ନ ହେଲେ
ଭରସିବି ଆଉ କାହାକୁ
ହୋ...ଭରସିବି ଆଉ କାହାକୁ

ହୋ...ପାଉଁଶ ତଳେ ଅଙ୍ଗାର କୁହୁଳିଲେ
ବରଷା ଲିଭାଏ ତାକୁ
ଓ..ବରଷା ଲିଭାଏ ତାକୁ
ଶ୍ରାବଣ ଯେବେ ଲଗେଇବ ନିଆଁ
କିଏ ଲିଭେଇବ ତାକୁ
ଓ...କିଏ ଲିଭେଇବ ତାକୁ
କାଳିଆରେ ତୁ ନ ଶୁଣିଲେ
କାଳିଆରେ ତୁ ନ ଶୁଣିଲେ
ଶୁଣେଇବି ଆଉ କାହାକୁ
ହୋ...ଶୁଣେଇବି ଆଉ କାହାକୁ
କାଳିଆ...ରେ...କାଳିଆରେ...
କାଳିଆ...


Kaliare Tu Na Sunile Odia Song Lyrics In Odua Language


Thank You

Comments