Kehi Jane Bhuli Jaere Odia Song Lyrics In Odia Font

ODIA SONG LYRICS

ଥରେ ଥରେ ଜୀବନରେ
ଲୁହ ହେଇ ଲହୁ ଝରେ

Kehi Jane Bhuli Jaere Odia Song Lyrics In Odia Language

ଥରେ ଥରେ ଜୀବନରେ
ଲୁହ ହେଇ ଲହୁ ଝରେ
ଥରେ ଥରେ ସପନରେ
ବାଟ ସାରା କଣ୍ଟା ଭରେ
କଣ୍ଟା ଭରା ବାଟରେ ଛଳନାର ହାଟରେ
ମନ ଭାଙ୍ଗେରେ ଥରେ ଥରେ
ଏଇ ମନ ଭାଙ୍ଗି ଦେଇ
ନିଜ ଦେହ ଛାଡି ଦେଇ
ଛାଇ ଦୂରେ ଚାଲି ଯାଏରେ
ହୋ...କେହି ଜଣେ ଭୁଲି ଯାଏରେ
ହୋ...କେହି ଜଣେ ଭୁଲି ଯାଏରେ


ଥରେ ଥରେ ମନ ଏକା
ପଥରରେ ହୁଏ ଧକା
ଭଲପାଇ ଖାଇଯାଏ ଧୋକା
ଓ...ଭଲ ପାଉ ଥାଏ ଯେବେ
ସପନକୁ ସତ ଭାବେ
ବାଲି ଘର ଗଢ଼େ ଏଡ଼େ ବୋକା
ସେଇ ବାଲି ଘରକୁ ଭାଙ୍ଗିଦେଇ ଯିବାକୁ
ଢେଉ ଆସେରେ ଥରେ ଥରେ
ଢେଉ ଉଠେ ବେଳେ ବେଳେ
କୋହ ହେଇ ଛାତି ତଳେ
ଛାତି ପୁଣି ଫାଟି ଯାଏରେ
ହୋ...କେହି ଜଣେ ଭୁଲି ଯାଏରେ
ଓ...କେହି ଜଣେ ଭୁଲି ଯାଏରେ


ଥରେ ଥରେ ବିଶ୍ୱାସରେ
କିଏ କାଇଁ ବିଷ ଭରେ
ଜୀବନଟା ଜିଇଁ ଥାଇ ମରେ
ଓ...ମରି ମରି ଝୁରୁ ଥାଏ
ଝୁରି ଝୁରି ମରୁଥାଏ
ପ୍ରେମ ଥରେ ଏଠି ଯିଏ କରେ
ପ୍ରେମ ମିଛ ଭରସା
ଘଡ ଘଡି ବରଷା
ଠକି ଦିଏରେ ଥରେ ଥରେ
ଓ...ଠକି ଦିଏ ନିଜ ଆଖି
ମିଛ ହୁଏ ସବୁ ସାକ୍ଷୀ
ମନ ଫାଶୀ ଝୁଲି ଯାଏରେ
ହାଏ କେହି ଜଣେ ଭୁଲି ଯାଏରେ
ହୋ...କେହି ଜଣେ ଭୁଲି ଯାଏରେ

Kehi Jane Bhuli Jaere Odia Song Lyrics In Odia Font

Thank You

Comments