mana parare srikhetre odia song lyrics in odia language

ODIA SONG LYRICS

ମନ ପାରାରେ ଶ୍ରୀକ୍ଷେତ୍ରେ ଯିବୁ ଉଡି ଉଡି

Mana Parare Srikhetre Jibu Udi Udi Odia Song Lyrics In Odia Language

ମନ ପାରାରେ ଶ୍ରୀକ୍ଷେତ୍ରେ ଯିବୁ ଉଡି ଉଡି
ମନ ପାରାରେ ଶ୍ରୀକ୍ଷେତ୍ରେ ଯିବୁ ଉଡି ଉଡି କି
ପାରା ଶ୍ରୀକ୍ଷେତ୍ରେ ଯିବୁ ଉଡି ଉଡି
ଏଠି ଘୁମୁରିଲେ କି ଲାଭ ପାଇବୁରେ
ଏଠି ଘୁମୁରିଲେ କି ଲାଭ ପାଇବୁ
ଗଲାଣି ତୋ ପର ଝଡି
ମନ ପାରାରେ ଶ୍ରୀକ୍ଷେତ୍ରେ ଯିବୁ ଉଡି ଉଡି
ମନ ପାରାରେ ଶ୍ରୀକ୍ଷେତ୍ରେ ଯିବୁ ଉଡି ଉଡି



ମନୁଆ କାଳିଆ ମନ ମାରିଦେଇ
ମନୁଆ କାଳିଆ ମନ ମାରିଦେଇ
ମଉନେ ବସିଚି ସେଠି
ମନ କଥା ତୁହି କହିବୁ ବୁଝେଇ
ମନ କଥା ତୁହି କହିବୁ ବୁଝେଇ
ମନ ରଖିଥିବୁ ତାଆଠି
ମନ ରଖିଥିବୁ ତାଆଠି
ତୋହ ପ୍ରତି ଯେବେ ହେବେ ନିରିଦୟରେ
ତୋହ ପ୍ରତି ଯେବେ ହେବେ ନିରିଦୟ
ନ ଯିବୁ ସେ ଠାବ ଛାଡି
ମନ ପାରାରେ ଶ୍ରୀକ୍ଷେତ୍ରେ ଯିବୁ ଉଡି ଉଡି
ତୁ ଯିବୁ ଉଡି ଉଡି କି ପାରା
ଶ୍ରୀକ୍ଷେତ୍ରେ ଯିବୁ ଉଡି ଉଡି



ନରେନ୍ଦ୍ରେ ସ୍ନାହାନ କରିବୁରେ ପାରା
ନରେନ୍ଦ୍ରେ ସ୍ନାହାନ କରିବୁରେ ପାରା
ସମୁଦ୍ରରେ ଦେବୁ ବୁଡ଼....
ଆନନ୍ଦ ବଜାରେ ବୁଲିବା ମଜାରେ
ଆନନ୍ଦ ବଜାରେ ବୁଲିଣ ମଜାରେ
ଖାଉଥିବୁ ବେତ ମାଡରେ
ଖାଉଥିବୁ ବେତ ମାଡ
ଶ୍ରୀ ମହାପ୍ରସାଦ ସାଉଁଟି ଖାଇବୁ ରେ
ଶ୍ରୀ ମହାପ୍ରସାଦ ସାଉଁଟି ଖାଇବୁ ରେ
ଭକ୍ତ ମୋ ଥିବ ପଡି ପାରାରେ
ଶ୍ରୀକ୍ଷେତ୍ରେ ଯିବୁ ଉଡି ଉଡି
ମନ ପାରାରେ ଶ୍ରୀକ୍ଷେତ୍ରେ ଯିବୁ ଉଡି ଉଡି



ତୋତେ ସେହି ଯେବେ କଥା ନ କହିବେ
ତୋତେ ସେହି ଯେବେ କଥା ନ କହିବେ
ମୋର ବୋଲ ତୁ କରିବୁ
ବଡ ଦେଉଳର ମୁଖଶାଳା ପରେ
ବଡ ଦେଉଳର ମୁଖଶାଳା ପରେ
ମଉନେ ଘୁମୁରୁ ଥିବୁରେ
ମଉନେ ଘୁମୁରୁ ଥିବୁ
ଜୀବ ଯିବା ବେଳେ ବାଇଶି ପାହାଚେରେ
ଜୀବ ଯିବା ବେଳେ ବାଇଶି ପାହାଚେ
ଡେଣା ଯୋଡି ଯିବୁ ଗଡି
ମନ ପାରାରେ ଶ୍ରୀକ୍ଷେତ୍ରେ ଯିବୁ ଉଡି ଉଡି
ଯିବୁ ଉଡି ଉଡି କି ପାରା
ଶ୍ରୀକ୍ଷେତ୍ରେ ଯିବୁ ଉଡି ଉଡି



ଏ ମାୟା ସଂସାର କେହି ନୁହେଁ କାର
ଏ ମାୟା ସଂସାର କେହି ନୁହେଁ କାର
ମନରେ...ଏ ମାୟା ସଂସାର କେହି ନୁହେଁ କାର
ମିଛେ ହୁଅନା ରେ ବାଇ
ଲୀଳା ଯାତ୍ରା ଦେଖି ବାଇଶି ପାହାଚେ
ଲୀଳା ଯାତ୍ରା ଦେଖି ବାଇଶି ପାହାଚେ
ମରିବା ଭାଗ୍ୟ ଅଟଇ ରେ
ମରିବା ଭାଗ୍ୟ ଅଟଇ
ତୋ ମଢା କାଟିବେ ଶ୍ରୀ ବିଷ୍ଣୁ ଭକତେରେ
ତୋ ମଢା କାଟିବେ ଶ୍ରୀ ବିଷ୍ଣୁ ଭକତେ
ଏ ସୁଯୋଗ ନଦେ ଛାଡି

ମନ ପାରାରେ ଶ୍ରୀକ୍ଷେତ୍ରେ ଯିବୁ ଉଡି ଉଡି
ମନ ପାରାରେ ଶ୍ରୀକ୍ଷେତ୍ରେ ଯିବୁ ଉଡି ଉଡି
ଏଠି ଘୁମୁରିଲେ କି ଲାଭ ପାଇବୁରେ
ଏଠି ଘୁମୁରିଲେ କି ଲାଭ ପାଇବୁ
ଗଲାଣି ତୋ ପର ଝଡି
ମନ ପାରାରେ ଶ୍ରୀକ୍ଷେତ୍ରେ ଯିବୁ ଉଡି ଉଡି
ତୁ ଯିବୁ ଉଡି ଉଡି କି ପାରା
ଶ୍ରୀକ୍ଷେତ୍ରେ ଯିବୁ ଉଡି ଉଡି
ମନ ପାରାରେ...
ଶ୍ରୀକ୍ଷେତ୍ରେ ଯିବୁ ଉଡି ଉଡି
ତୁ ଯିବୁ ଉଡି ଉଡି
ତୁ ଯିବୁ ଉଡି ଉଡି
ତୁ ଯିବୁ ଉଡି ଉଡି ଉଡି ଉଡି


Mana Parare Srikhetre Jibu Udi Udi Odia Song Lyrics In Odia Language


Thank You

Comments