Mo Bahuda Bela Hela Odia Song Lyrics In Odia Font

ODIA SONG LYRICS

ମୋ ବାହୁଡା଼ ବେଳ ହେଲା

Mo Bahuda Bela Hela Odia Song Lyrics In Odia Language

ମୋ ବାହୁଡା଼ ବେଳ ହେଲା
ମୋ ଖେଳ ଗଲା ସରି
ମୋ ଆପଣା ଜନ ଯେତେ
ଲୁହ ଢାଳୁଛନ୍ତି ଘେରି
ମୋ ବାହୁଡା଼ ବେଳ ହେଲା
ମୋ ଖେଳ ଗଲା ସରି
ମୋ ଆପଣା ଜନ ଯେତେ
ଲୁହ ଢାଳୁଛନ୍ତି ଘେରି
ଦିଅ ତୁଣ୍ଡରେ ମୋ ଟିକେ ନିରିମାଲ୍ୟ
ଦିଅ ତୁଣ୍ଡରେ ମୋ ଟିକେ ନିରିମାଲ୍ୟ
ବେଳ ହେଲାଣି ମୁଁ ଯିବି ଫେରି
ମୋ ବାହୁଡା଼ ବେଳ ହେଲା
ମୋ ଖେଳ ଗଲା ସରି
ମୋ ଆପଣା ଜନ ଯେତେ
ଲୁହ ଢାଳୁଛନ୍ତି ଘେରି


ଜୀବନ ସାରା ମୁଁ ଖାଲି ତତେ ମାଗିଅଛି
ତୋର ଦାନ ପାଇ କହେ ମୁହିଁ ଅରଜିଛି
ଆ...ଜୀବନ ସାରା ମୁଁ ଖାଲି ତତେ ମାଗିଅଛି
ତୋର ଦାନ ପାଇ କହେ ମୁହିଁ ଅରଜିଛି
ହେଲେ ଜୀବ ଗଲା ବେଳେ ସତ ମାନୁଅଛି
ମୋ ଧନ ସମ୍ପତି ଯେତେ
ଯାହା ରହି ଅଛି ପୁଣି
ଯିଏ କାନ୍ଦନ୍ତି ମତେ ଘେରି
ସିଏ ନେବେ ମିଶି କରି
ଦିଅ ତୁଣ୍ଡରେ ମୋ ଟିକେ ନିରିମାଲ୍ୟ
ଦିଅ ତୁଣ୍ଡରେ ମୋ ଟିକେ ନିରିମାଲ୍ୟ
ବେଳ ହେଲାଣି ମୁଁ ଯିବି ଫେରି
ମୋ ବାହୁଡା଼ ବେଳ ହେଲା
ମୋ ଖେଳ ଗଲା ସରି
ମୋ ଆପଣା ଜନ ଯେତେ
ଲୁହ ଢାଳୁଛନ୍ତି ଘେରି


ଲୋକ ଦେଖା ଦାନ ଦେଇ ଦାନୀ ବୋଲାଇଛି
ପରନିନ୍ଦା କରି କରି ଦିନ ବିତାଇଛି
ହୋ ଲୋକ ଦେଖା ଦାନ ଦେଇ ଦାନୀ ବୋଲାଇଛି
ପରନିନ୍ଦା କରି କରି.....ଓ...
ପରନିନ୍ଦା କରି କରି ଦିନ ବିତାଇଛି
ଗରବରେ ମାଟି ଯାହା ତତେ ଭୁଲି ଅଛି
ମୁଁ ଆସିଛି ଏକା ପୁଣି
ଏବେ ଯିବି ଏକା ଫେରି
କେହି ଯିବେନି ସାଥେ ମୋର
ଯିଏ ବସିଛନ୍ତି ଘେରି
ଦିଅ ତୁଣ୍ଡରେ ମୋ ଟିକେ ନିରିମାଲ୍ୟ
ଦିଅ ତୁଣ୍ଡରେ ମୋ ଟିକେ ନିରିମାଲ୍ୟ
ବେଳ ହେଲାଣି ମୁଁ ଯିବି ଫେରି

ମୋ ବାହୁଡା଼ ବେଳ ହେଲା
ମୋ ଖେଳ ଗଲା ସରି
ମୋ ଆପଣା ଜନ ଯେତେ
ଲୁହ ଢାଳୁଛନ୍ତି ଘେରି
ଦିଅ ତୁଣ୍ଡରେ ମୋ ଟିକେ ନିରିମାଲ୍ୟ
ଦିଅ ତୁଣ୍ଡରେ ମୋ ଟିକେ ନିରିମାଲ୍ୟ
ବେଳ ହେଲାଣି ମୁଁ ଯିବି ଫେରି
ମୋ ବାହୁଡା଼ ବେଳ ହେଲା
ମୋ ଖେଳ ଗଲା ସରି
ମୋ ଆପଣା ଜନ ଯେତେ
ଲୁହ ଢାଳୁଛନ୍ତି ଘେରି


Mo Bahuda Bela Hela Odia Song Lyrics In Odia Font


Thank You

Comments