Sindure Sindure Nali Nali Odia Song Lyrics In Odia Font

ODIA SONG LYRICS

ସିନ୍ଦୁରେ ସିନ୍ଦୁରେ ନାଲି ନାଲି
ଜୟ ବଜରଙ୍ଗବଲି

Sindure Sindure Nali Nali Jaya Bajarangabali Odia Song Lyrics In Odia Font

ସିନ୍ଦୁରେ ସିନ୍ଦୁରେ
ସିନ୍ଦୁରେ ସିନ୍ଦୁରେ ନାଲି ନାଲି
ଜୟ ବଜରଙ୍ଗବଲି
ଜୟ ହେ ଜୟ ବଜରଙ୍ଗବଲି
ଜାଳୁଛି ଆଳତି କରୁଛି ମିନତୀ
ଜାଳୁଛି ଆଳତି କରୁଛି ମିନତୀ
ତୁମେ ତ ଶୁଣିବ ବୋଲି
ଜୟ ହେ ଜୟ ବଜରଙ୍ଗବଲି
ସିନ୍ଦୁରେ ସିନ୍ଦୁରେ
ସିନ୍ଦୁରେ ସିନ୍ଦୁରେ ନାଲି ନାଲି
ଜୟ ବଜରଙ୍ଗବଲି
ଜୟ ହେ ଜୟ ବଜରଙ୍ଗବଲି



ଲୋଡ଼ା ନାହିଁ ମୋର ବିଶଲ୍ୟକରଣି
ନୁହେଁ ମୋ ଲକ୍ଷ୍ମଣ ବୀର
ଲୋଡ଼ା ଟିକେ ତୁମ କରୁଣା ଚାହାଣି
ମାଗେ ମୋ ଅଧମ ଛାର
ଲୋଡ଼ା ନାହିଁ ମୋର ବିଶଲ୍ୟକରଣି
ନୁହେଁ ମୋ ଲକ୍ଷ୍ମଣ ବୀର
ଲୋଡ଼ା ଟିକେ ତୁମ କରୁଣା ଚାହାଣି
ମାଗେ ମୋ ଅଧମ ଛାର
ତୁମେ ହନୁମାନ ବିପଦ ଭଞ୍ଜନ
ତୁମେ ହନୁମାନ ବିପଦ ଭଞ୍ଜନ
ରାମାୟଣେ ଶୁଣି ଥିଲି
ଜୟ ହେ ଜୟ ବଜରଙ୍ଗବଲି
ସିନ୍ଦୁରେ ସିନ୍ଦୁରେ
ସିନ୍ଦୁରେ ସିନ୍ଦୁରେ ନାଲି ନାଲି
ଜୟ ବଜରଙ୍ଗବଲି
ଜୟ ହେ ଜୟ ବଜରଙ୍ଗବଲି



ତୁମ ପରି ମୁଁ ଯେ ଭକତି ପରୀକ୍ଷା
ଦେଇ ନାହିଁ ଛାତି ଚିରି
ଭକତି ନଥାଇ ଭରଷା କରିଛି
ତୁମ ନାମ ତୁଣ୍ଡେ ଧରି
ତୁମ ପରି ମୁଁ ଯେ ଭକତି ପରୀକ୍ଷା
ଦେଇ ନାହିଁ ଛାତି ଚିରି
ଭକତି ନଥାଇ ଭରଷା କରିଛି
ତୁମ ନାମ ତୁଣ୍ଡେ ଧରି
ମାରିଲେ ମାରିବ ତାରିଲେ ତାରିବ
ମାରିଲେ ମାରିବ ତାରିଲେ ତାରିବ
ଚରଣେ ଶରଣ ଗଲି
ଜୟ ହେ ଜୟ ବଜରଙ୍ଗବଲି

ସିନ୍ଦୁରେ ସିନ୍ଦୁରେ
ସିନ୍ଦୁରେ ସିନ୍ଦୁରେ ନାଲି ନାଲି
ଜୟ ବଜରଙ୍ଗବଲି
ଜୟ ହେ ଜୟ ବଜରଙ୍ଗବଲି
ଜାଳୁଛି ଆଳତି କରୁଛି ମିନତୀ
ଜାଳୁଛି ଆଳତି କରୁଛି ମିନତୀ
ତୁମେ ତ ଶୁଣିବ ବୋଲି
ଜୟ ହେ ଜୟ ବଜରଙ୍ଗବଲି
ଜୟ ହେ ଜୟ ବଜରଙ୍ଗବଲି
ଜୟ ହେ ଜୟ ବଜରଙ୍ଗବଲି


Sindure Sindure Nali Nali Jaya Bajarangabali Odia Song Lyrics In Odia Language


Thank You

Comments