To Agare Kichhi Dhupa Odia Song Lyrics In Odia Font

ODIA SONG LYRICS

ତୋ ଆଗରେ କିଛି ଧୂପ
ମୋ ଆଗରେ କିଛି ଧୂପ

To Agare Kichhi Dhupa Odia Song Lyrics In Odia Language

ତୋ ଆଗରେ କିଛି ଧୂପ
ମୋ ଆଗରେ କିଛି ଧୂପ
ତୋ ଦେହରେ କିଛି ଫୁଲ
ମୋ ଦେହରେ କିଛି ଫୁଲ
ତୋ ପାଇଁ ଦୀପଟିଏ
ମୋ ପାଇଁ ଦୀପଟିଏ
ତୋ ବେକରେ ମାଳଟିଏ
ମୋ ବେକରେ ମାଳଟିଏ
ତୁ ବଡଦାଣ୍ଡେ ଯିବୁ
ମୁଁ ବଡଦାଣ୍ଡେ ଯିବି
ତତେ ଟାଣି ଟାଣି ନେବେ
ମତେ ବୋହି ବୋହି ନେବେ
ନନ୍ଦିଘୋଷରେ ତୁ ଯିବୁ
ମୁଁ ଯେ କୋକେଇରେ ଯିବି
ଶ୍ରୀ ଗୁଣ୍ଡିଚାକୁ ତୁ ଯିବୁ
ମୁଁ ଯେ ସ୍ୱର୍ଗଦ୍ୱାର ଯିବି
ନନ୍ଦିଘୋଷରେ ତୁ ଯିବୁ
ମୁଁ ଯେ କୋକେଇରେ ଯିବି
ଶ୍ରୀ ଗୁଣ୍ଡିଚାକୁ ତୁ ଯିବୁ
ମୁଁ ଯେ ସ୍ୱର୍ଗଦ୍ୱାର ଯିବି
କାଳିଆ.....ରେ...
କାଳିଆ.....କାଳିଆ



ତୋ ଆଗେ ହରି ବୋଲ
ମୋ ଆଗେ ରାମ ନାମ
ତୋ ଦେହେ ପାଟ ଲୁଗା
ମୋ ଦେହେ ଧଳା ଲୁଗା
ତୋ ଆଗେ ହରି ବୋଲ
ମୋ ଆଗେ ରାମ ନାମ
ତୋ ଦେହେ ପାଟ ଲୁଗା
ମୋ ଦେହେ ଧଳା ଲୁଗା
ତୋ ମଥାରେ ସିନ୍ଦୁର
ମୋ ମଥାରେ ଅଭିର
ତୁ ବସି ବସି ଯିବୁ
ମୁଁ ଶୋଇ ଶୋଇ ଯିବି
ତୁ ହାତେ ହାତେ ଯିବୁ
ମୁଁ କାନ୍ଧେ କାନ୍ଧେ ଯିବି
ତୁ ଆଖି ମେଲିଥିବୁ 
ମୁଁ ଆଖି ବୁଜିଥିବି
ତୁ ସଭିଙ୍କୁ ଦେଖୁଥିବୁ
ମୁଁ ଦେଖି ନ ପାରିବି
ନନ୍ଦିଘୋଷରେ ତୁ ଯିବୁ
ମୁଁ ଯେ କୋକେଇରେ ଯିବି
ଶ୍ରୀ ଗୁଣ୍ଡିଚାକୁ ତୁ ଯିବୁ
ମୁଁ ଯେ ସ୍ୱର୍ଗଦ୍ୱାର ଯିବି
ନନ୍ଦିଘୋଷରେ ତୁ ଯିବୁ
ମୁଁ ଯେ କୋକେଇରେ ଯିବି
ଶ୍ରୀ ଗୁଣ୍ଡିଚାକୁ ତୁ ଯିବୁ
ମୁଁ ଯେ ସ୍ୱର୍ଗଦ୍ୱାର ଯିବି
କାଳିଆ.....ରେ...
କାଳିଆ.....କାଳିଆ



ତୋ ଚାରି ପାଖେ ଲୋକ
ମୋ ଚାରି ପାଖେ ଲୋକ
ଲୋଡ଼ା ତୋ ପାଇଁ କାଠ
ଲୋଡ଼ା ମୋ ପାଇଁ କାଠ
ତୋ ଚାରି ପାଖେ ଲୋକ
ମୋ ଚାରି ପାଖେ ଲୋକ
ଲୋଡ଼ା ତୋ ପାଇଁ କାଠ
ଲୋଡ଼ା ମୋ ପାଇଁ କାଠ
ଝରିବ ଲୁହ ତୋ ପାଇଁ
ଝରିବ ଲୁହ ମୋ ପାଇଁ
ତତେ ନଡ଼ିଆ ଫିଙ୍ଗିବେ
ମତେ ଖଇ ଫିଙ୍ଗୁ ଥିବେ
ତତେ ଟେକି ଟେକି ନେବେ
ମତେ ଟେକି ଟେକି ନେବେ
ତୁ ରଥରେ ଚଢ଼ିବୁ ମୁଁ ଜୁଇରେ ଚଢ଼ିବି
ତୁ ବାହୁଡ଼ି ଆସିବୁ ମୁଁ ମାଟିରେ ମିଶିବି
ନନ୍ଦିଘୋଷରେ ତୁ ଯିବୁ
ମୁଁ ଯେ କୋକେଇରେ ଯିବି
ଶ୍ରୀ ଗୁଣ୍ଡିଚାକୁ ତୁ ଯିବୁ
ମୁଁ ଯେ ସ୍ୱର୍ଗଦ୍ୱାର ଯିବି
ନନ୍ଦିଘୋଷରେ ତୁ ଯିବୁ
ମୁଁ ଯେ କୋକେଇରେ ଯିବି
ଶ୍ରୀ ଗୁଣ୍ଡିଚାକୁ ତୁ ଯିବୁ
ମୁଁ ଯେ ସ୍ୱର୍ଗଦ୍ୱାର ଯିବି
କାଳିଆ.....ରେ...
କାଳିଆ.....ରେ
କାଳିଆ.....ରେ
କାଳିଆ.....ରେ
କାଳିଆ.....ରେ


To Agare Kichhi Dhupa Odia Song Lyrics In Odia Font


Thank You

Comments