Abadha Muthie Mate Milu Odia Song Lyrics In Odia Font

ODIA SONG LYRICS

ଅବଢ଼ା ମୁଠିଏ ମତେ ମିଳୁ..ମହାବାହୁ...
ତୁଳସୀ ଟିକିଏ ମତେ ମିଳୁ..ମହାବାହୁ...

Abadha Muthie Mate Milu Odia Song Lyrics In Odia Language

ଅବଢ଼ା ମୁଠିଏ ମତେ ମିଳୁ..ମହାବାହୁ...
ତୁଳସୀ ଟିକିଏ ମତେ ମିଳୁ..ମହାବାହୁ...
ରଜାକୁ ମାଗିଲେ ରାଜ୍ୟ
ଦେଇ ସାରନ୍ତାଣି ସେତ
ରଜାକୁ ମାଗିଲେ ରାଜ୍ୟ
ଦେଇ ସାରନ୍ତାଣି ସେତ
ତୁମକୁ ମୁଁ ମାଗିଲିଣି ଯେଉଁ କାଳୁ
ଅବଢ଼ା ମୁଠିଏ ମତେ ମିଳୁ..ମହାବାହୁ...
ମହାବାହୁ...



କେତେ କାହାକୁ ଦଉଛ ସବୁ ମୁଁ ଦେଖୁଛି
ମତେ ଦବାକୁ କିଆଁ ତମ ମନ ପଛଉଛି
ଚଉବର୍ଗ ଦାନୀ ବୋଲି
ପ୍ରଭୁ ବାଜୁଛି ବାଜଣା
କଣେ ଦେଲେ କି ମାଣେ
ତୁମ ସରିବ ମଣିମା
ହେ ସାଆନ୍ତ ବଡ ବାବୁ
ତୁମେ ତ ମୋର ସବୁ
ହେ ସାଆନ୍ତ ବଡ ବାବୁ
ତୁମେ ତ ମୋର ସବୁ
ନିର୍ଦୟ କାହିଁକି ମତେ ଆହେ କୃପାଳୁ
ଅବଢ଼ା ମୁଠିଏ ମତେ ମିଳୁ..ମହାବାହୁ...
ମହାବାହୁ...



ନୀଳାଚଳେ ରହି ଯେବେ ଭୋକରେ ମରିବି
ମଣିମା ତୁମକୁ ନିନ୍ଦା କାହିଁକି କରିବି
ଜାଣିବି ମୁଁ କର୍ମ ବାଙ୍କ
ଫଟା ମୋ କପାଳ
କିଏ ସେ ଭରିବ ଆଉ ମୋର ଶୁନ୍ୟ ଥାଳ
ଦୁଃଖେ ଶୁନ୍ୟ ଥାଳ ନେଇ
ଫେରି ଯିବି ଭାବଗ୍ରାହୀ
ଦୁଃଖେ ଶୁନ୍ୟ ଥାଳ ନେଇ
ଫେରି ଯିବି ଭାବଗ୍ରାହୀ
ସରଗ ଦ୍ୱାରକୁ ଆହେ ଦୟାଳୁ
ଅବଢ଼ା ମୁଠିଏ ମତେ ମିଳୁ..ମହାବାହୁ...
ତୁଳସୀ ଟିକିଏ ମତେ ମିଳୁ..ମହାବାହୁ...
ରଜାକୁ ମାଗିଲେ ରାଜ୍ୟ
ଦେଇ ସାରନ୍ତାଣି ସେତ
ରଜାକୁ ମାଗିଲେ ରାଜ୍ୟ
ଦେଇ ସାରନ୍ତାଣି ସେତ
ତୁମକୁ ମୁଁ ମାଗିଲିଣି ଯେଉଁ କାଳୁ
ଅବଢ଼ା ମୁଠିଏ ମତେ ମିଳୁ..ମହାବାହୁ...
ତୁଳସୀ ଟିକିଏ ମତେ ମିଳୁ..ମହାବାହୁ...
ମହାବାହୁ...ମହାବାହୁ...
ମହାବାହୁ...ମହାବାହୁ...

Abadha Muthie Mate Milu Odia Song Lyrics In Odia Font

Thank You

Comments