Jhipi Jhipi Barasare Odia Song Lyrics In Odia Font

ODIA SONG LYRICS

ଝିପି ଝିପି ବରଷାରେ ଯାଆନି ଲୋ ମନ୍ଦିର
ଝୁରୁଛି କାଳିଆ ବସି ପୀରତି ରାଧାର

Jhipi Jhipi Barasare Jaani Lo Odia Song Lyrics In Odia Language

ଝିପି ଝିପି ବରଷାରେ ଯାଆନି ଲୋ ମନ୍ଦିର
ଝିପି ଝିପି ବରଷାରେ ଯାଆନି ଲୋ ମନ୍ଦିର
ଝୁରୁଛି କାଳିଆ ବସି ପୀରତି ରାଧାର
ପୀରତି ରାଧାର
ଶ୍ରାବଣରେ ଶ୍ରୀ ମନ୍ଦିର କୁଞ୍ଜ ପରି ଲାଗେ ଲୋ
ଶ୍ରାବଣରେ ଶ୍ରୀ ମନ୍ଦିର କୁଞ୍ଜ ପରି ଲାଗେ ଲୋ
ଝୁରୁଛି କାଳିଆ ବସି ପୀରତି ରାଧାର
ପୀରତି ରାଧାର
ଝିପି ଝିପି ବରଷାରେ...



ମେଘ ଉଠେଇଲେ ବଡଦାଣ୍ଡରେ
କାଳିଆ ଆଖିରୁ ବରଷା ଝରେ 
ଓ...ମେଘ ଉଠେଇଲେ ବଡଦାଣ୍ଡରେ
କାଳିଆ ଆଖିରୁ ବରଷା ଝରେ
ମନେ ପଡ଼ିଯାଏ ଲତା ଗହଳେ
ରାଧା ଭିଜୁଥିବ କଦମ୍ବ ମୂଳେ
ରାଇ ବୋଲି ଭାବି ତତେ
ହୋଇବ ଲୋ ଅଧୀର
ରାଇ ବୋଲି ଭାବି ତତେ
ହୋଇବ ଲୋ ଅଧୀର
ଝୁରୁଛି କାଳିଆ ବସି ପୀରତି ରାଧାର
ପୀରତି ରାଧାର
ଝିପି ଝିପି ବରଷାରେ.....



ବାହାରେ ପଡୁଛି ବରଷା ସିନା
ଭିତରେ ଭିଜୁଛି କାଳିଆ ସୁନା
ଓ...ବାହାରେ ପଡୁଛି ବରଷା ସିନା
ଭିତରେ ଭିଜୁଛି କାଳିଆ ସୁନା
ଭକତ ମେଳରେ ଖୋଜେ ରାଇକୁ
ଦେଖନ୍ତା କି ଥରେ ଚାନ୍ଦ ମୁହିଁକୁ
ରାସ ଅଧା ପ୍ରେମ ଅଧା
ଦିଶେ ସବୁ ଅନ୍ଧାର
ରାସ ଅଧା ପ୍ରେମ ଅଧା
ଦିଶେ ସବୁ ଅନ୍ଧାର
ଝୁରୁଛି କାଳିଆ ବସି ପୀରତି ରାଧାର
ପୀରତି ରାଧାର

ଝିପି ଝିପି ବରଷାରେ ଯାଆନି ଲୋ ମନ୍ଦିର
ଝିପି ଝିପି ବରଷାରେ ଯାଆନି ଲୋ ମନ୍ଦିର
ଝୁରୁଛି କାଳିଆ ବସି ପୀରତି ରାଧାର
ପୀରତି ରାଧାର
ଶ୍ରାବଣରେ ଶ୍ରୀ ମନ୍ଦିର କୁଞ୍ଜ ପରି ଲାଗେ ଲୋ
ଶ୍ରାବଣରେ ଶ୍ରୀ ମନ୍ଦିର କୁଞ୍ଜ ପରି ଲାଗେ ଲୋ
ଝୁରୁଛି କାଳିଆ ବସି ପୀରତି ରାଧାର
ପୀରତି ରାଧାର ପୀରତି ରାଧାର


Jhipi Jhipi Barasare Jaani Lo Odia Song Lyrics In Odia Font


Thank You

Comments