Kalia To Hatare Mu Odia Song Lyrics In Odia Font

ODIA SONG LYRICS

କାଳିଆ ତୋ ହାତରେ ମୁଁ ମାଟି କଣ୍ଢେଇ
ମାଟି କଣ୍ଢେଇ

Kalia To Hatare Mu Mati Kandhei Odia Song Lyrics In Odia Font

କାଳିଆ ତୋ ହାତରେ ମୁଁ ମାଟି କଣ୍ଢେଇ
ମାଟି କଣ୍ଢେଇ
କାଳିଆ ତୋ ହାତରେ ମୁଁ ମାଟି କଣ୍ଢେଇ
ମାଟି କଣ୍ଢେଇ
ତୁ ଚାହିଁଲେ ସୁଖ ଦବୁ
ତୁ ଚାହିଁଲେ ଦୁଃଖ ଦବୁ
ତୁ ଚାହିଁଲେ ଦବୁ ଭଣ୍ଢେଇ...ଭଣ୍ଢେଇ
କାଳିଆ ତୋ ହାତରେ ମୁଁ ମାଟି କଣ୍ଢେଇ
ମାଟି କଣ୍ଢେଇ



କଞ୍ଚା କାଦୁଅକୁ କଣ୍ଢେଇ କଲୁ ତୁ
ଏନ୍ତୁଡି ନିଆଁରେ ପୋଡି
ମୁଁ ଭାଙ୍ଗି ଗଲେ ତୋ ହାତରୁ ପଡି
ଆଉ କେ ପାରିବ ଯୋଡି
ତୁ ଚାହିଁଲେ ହସ ଦବୁ
ତୁ ଚାହିଁଲେ ଖୁସି ଦବୁ
ତୁ ଚାହିଁଲେ ଦବୁ କନ୍ଦେଇ...କନ୍ଦେଇ
କାଳିଆ ତୋ ହାତରେ ମୁଁ ମାଟି କଣ୍ଢେଇ
ମାଟି କଣ୍ଢେଇ



ତୋରି ହାତରେ ମୋ ଖେଳ ଆରମ୍ଭ
ତୋରି ହାତରେ ଶେଷ
ଭଲ ମନ୍ଦ ସବୁ ତୁ ମୋର ବୁଝିବୁ
ନାହିଁ କିଛି ମୋର ଦୋଷ
ତୁ ଚାହିଁଲେ ପର ହବୁ
ତୁ ଚାହିଁଲେ ମୋର ହବୁ
ତୁ ଚାହିଁଲେ ନବୁ କୋଳେଇ...କୋଳେଇ

କାଳିଆ ତୋ ହାତରେ ମୁଁ ମାଟି କଣ୍ଢେଇ
ମାଟି କଣ୍ଢେଇ
କାଳିଆ ତୋ ହାତରେ ମୁଁ ମାଟି କଣ୍ଢେଇ
ମାଟି କଣ୍ଢେଇ
ତୁ ଚାହିଁଲେ ସୁଖ ଦବୁ
ତୁ ଚାହିଁଲେ ଦୁଃଖ ଦବୁ
ତୁ ଚାହିଁଲେ ଦବୁ ଭଣ୍ଢେଇ...ଭଣ୍ଢେଇ
କାଳିଆ ତୋ ହାତରେ ମୁଁ ମାଟି କଣ୍ଢେଇ
ମାଟି କଣ୍ଢେଇ



Kalia To Hatare Mu Mati Kandhei Odia Song Lyrics In Odia Font


Thank You


Comments