A Jibana Sate Odia Song Lyrics In Odia Font

ODIA SONG LYRICS

ଏ ଜୀବନ ସତେ ଅଗ୍ନି ପଥଟିଏ
ଚାଲିବାଟା ଭାରି କଷ୍ଟ

A Jibana Sate Agni Odia Song Lyrics In Odia Language

ଏ ଜୀବନ ସତେ ଅଗ୍ନି ପଥଟିଏ
ଚାଲିବାଟା ଭାରି କଷ୍ଟ
ଏ ଜୀବନ ସତେ ଅଗ୍ନି ପଥଟିଏ
ଚାଲିବାଟା ଭାରି କଷ୍ଟ
ହେ ନନ୍ଦ ନନ୍ଦନ ତୁ ହେଲେ ଚନ୍ଦନ
ହେ ନନ୍ଦ ନନ୍ଦନ ତୁ ହେଲେ ଚନ୍ଦନ
ତୋ ଶୀତଳ ପରସରେ
ଲଙ୍ଘି ଯିବି ଅଗ୍ନି ପଥ
କାଳିଆରେ ଚାଲି ଯିବି କିଛି ବାଟ
ଏ ଜୀବନ ସତେ ଅଗ୍ନି ପଥଟିଏ
ଚାଲିବାଟା ଭାରି କଷ୍ଟ
ଚାଲିବାଟା ଭାରି କଷ୍ଟ




ଜୀବନ ଯେତିକି କାମନା ସେତିକି
ଦୁଃଖ ପରେ ଖାଲି ଦୁଃଖ
ଜଳୁଚି ଏ ଦେହ ଜଳୁଚି ଏ ମନ
ପାଇବାକୁ ଟିକେ ସୁଖ
ହଁ ଜୀବନ ଯେତିକି କାମନା ସେତିକି
ଦୁଃଖ ପରେ ଖାଲି ଦୁଃଖ
ଜଳୁଚି ଏ ଦେହ ଜଳୁଚି ଏ ମନ
ପାଇବାକୁ ଟିକେ ସୁଖ
ଏ ଜୀବନ ସତେ କଣ୍ଟକିତ ପଥ
ଚାଲିବାଟା ଭାରି କଷ୍ଟ
ହେ ବ୍ରହ୍ମ ପରମ ତୁ ହେଲେ କୁସୁମ
ହେ ବ୍ରହ୍ମ ପରମ ତୁ ହେଲେ କୁସୁମ
ତୋ କମଳ ପରସରେ
ଲଙ୍ଘି ଯିବି କଣ୍ଟା ପଥ
କାଳିଆରେ ଚାଲି ଯିବି କିଛି ବାଟ
ଏ ଜୀବନ ସତେ ଅଗ୍ନି ପଥଟିଏ
ଚାଲିବାଟା ଭାରି କଷ୍ଟ
ହୋ ହୋ ଚାଲିବାଟା ଭାରି କଷ୍ଟ




ଇଛା ଅସୁମାରୀ ଯାଏ ମରି ମରି
ବଞ୍ଚିବାଟା ଲାଗେ ବ୍ୟର୍ଥ 
ନିଜେ କଷ୍ଟ ନେଇ ଅବା କଷ୍ଟ ଦେଇ
ଜିଇଁବାରେ ନାହିଁ ଅର୍ଥ
ଇଛା ଅସୁମାରୀ ଯାଏ ମରି ମରି
ଜିଇଁବାଟା ଲାଗେ ବ୍ୟର୍ଥ 
ନିଜେ କଷ୍ଟ ନେଇ ଅବା କଷ୍ଟ ଦେଇ
ଜିଇଁବାରେ ନାହିଁ ଅର୍ଥ
ଏ ଜୀବନ ସତେ ମରୁ ପଥଟିଏ
ଚାଲିବାଟା ଭାରି କଷ୍ଟ
ପତିତ ପାବନ ତୁ ହେଲେ ଶ୍ରାବଣ
ପତିତ ପାବନ ତୁ ହେଲେ ଶ୍ରାବଣ
ତୋ କରୁଣା ବରଷାରେ
ଲଙ୍ଘି ଯିବି ମରୁ ପଥ
କାଳିଆରେ ଚାଲିଯିବି କିଛି ବାଟ

ଏ ଜୀବନ ସତେ ଅଗ୍ନି ପଥଟିଏ
ଚାଲିବାଟା ଭାରି କଷ୍ଟ
ଏ ଜୀବନ ସତେ ଅଗ୍ନି ପଥଟିଏ
ଚାଲିବାଟା ଭାରି କଷ୍ଟ
ହେ ନନ୍ଦ ନନ୍ଦନ ତୁ ହେଲେ ଚନ୍ଦନ
ହେ ନନ୍ଦ ନନ୍ଦନ ତୁ ହେଲେ ଚନ୍ଦନ
ତୋ ଶୀତଳ ପରସରେ
ଲଙ୍ଘି ଯିବି ଅଗ୍ନି ପଥ
କାଳିଆରେ ଚାଲି ଯିବି କିଛି ବାଟ
କାଳିଆରେ ଲଙ୍ଘି ଯିବି ଅଗ୍ନି ପଥ
କାଳିଆରେ ଚାଲି ଯିବି କିଛି ବାଟ



A Jibana Sate Agni Pathatie Odia Song Lyrics In Odia Font


Thank You

Comments