Andha Kahuchhi Are Odia Song Lyrics In Odia Font

ODIA SONG LYRICS

ଅନ୍ଧ କହୁଛି ଆରେ ଛୋଟା ଭାଇ

Andha Kahuchhi Are Chhota Bhai Odia Song Lyrics In Odia Language

ଅନ୍ଧ କହୁଛି ଆରେ ଛୋଟା ଭାଇ
ମନ ବଳିଛି ପୁରି ଯିବା ପାଇଁ
ଅନ୍ଧ କହୁଛି ଆରେ ଛୋଟା ଭାଇ
ମନ ବଳିଛି ପୁରି ଯିବା ପାଇଁ
ରଥ ଚକ ଛୁଇଁବା ବଡଦାଣ୍ଡେ ଗଡି ଯିବା
ରଥ ଚକ ଛୁଇଁବା ବଡଦାଣ୍ଡେ ଗଡି ଯିବା
ଅଛିକି ଏ ଯୋଗ ଆମ ପାଇଁରେ...ହେ
ଅନ୍ଧ କହୁଛି ଆରେ ଛୋଟା ଭାଇ
ମନ ବଳିଛି ପୁରି ଯିବା ପାଇଁ


ମନମୋହନ ଚକାନୟନ
ଜାଣିଲେ ଭକ୍ତ ମନ
ଉପାୟ ଏ କେଉଁ ବତେଇ ଦେଲେ
ପ୍ରଭୁ କାଳିଆ ବଦନ
ହାଁ ମନମୋହନ ଚକାନୟନ
ଜାଣିଲେ ଭକ୍ତ ମନ
ଉପାୟ ଏକ ବତାଇ ଦେଲେ
ପ୍ରଭୁ କାଳିଆ ବଦନ
ଅନ୍ଧ କହୁଛି ଛୋଟା ଭାଇରେ
ତୋ ଆଖି ମୋ ଆଖି
ତୋ ଗୋଡ ନାହିଁ ମୋ କାନ୍ଧେ ବସି
ଚାଲ ତୁ ବାଟ ଦେଖି
ବାଟ ସରିଗଲା ଶିରିକ୍ଷେତ୍ର ହେଲା
ବାଟ ସରିଗଲା ଶିରିକ୍ଷେତ୍ର ହେଲା
ଆହା କି କରୁଣା ଆହା
ଆହା କି କରୁଣା କଲେ ସାଇଁରେ...ହେ
ଅନ୍ଧ କହୁଛି ଆରେ ଛୋଟା ଭାଇ
ମନ ବଳିଛି ପୁରି ଯିବା ପାଇଁ


ଦୁଃଖରେ ଅନ୍ଧ କହୁଛି ପ୍ରଭୁ
ତୁମକୁ ଦେଖି ନାହିଁ
କଳା କି ଗୋରା କେମିତି ତୁମେ
ଆଜନମୁ ଜାଣି ନାହିଁ
ଆହା ଦୁଃଖରେ ଅନ୍ଧ କହୁଛି ପ୍ରଭୁ
ତୁମକୁ ଦେଖି ନାହିଁ
କଳା କି ଗୋରା କେମିତି ତୁମେ
ଆଜନମୁ ଜାଣି ନାହିଁ
ଛୋଟା କହୁଛି ହେ ମହାବାହୁ
ଶୁଣ ମୋ ଦୁଃଖ କଥା
ଶୁଣ ମୋ ଦୁଃଖ କଥା
ତୋ ପାଦ ପ୍ରଭୁ ରଖିନୁ ବୋଲି
ମୋତେ କରିଛୁ ଛୋଟା
ଛୋଟା କହୁଛି ହେ ମହାବାହୁ
ଶୁଣ ମୋ ଦୁଃଖ କଥା
ତୋ ପାଦ ପ୍ରଭୁ ରଖିନୁ ବୋଲି
ମୋତେ କରିଛୁ ଛୋଟା
ବାଧିଲା ପ୍ରଭୁଙ୍କୁ ଭାରି
ଦୁହିଁଙ୍କୁ ଦେଲେ ଉଦ୍ଧାରି
ବାଧିଲା ପ୍ରଭୁଙ୍କୁ ଭାରି
ଦୁହିଁଙ୍କୁ ଦେଲେ ଉଦ୍ଧାରି
ଜଗବନ୍ଧୁ ପରି ବନ୍ଧୁ ନାହିଁରେ

Andha Kahuchhi Are Chhota Bhai Odia Song Lyrics In Odia Language


Thank You

Comments