Dekha Lo Sangata Odia Song Lyrics In Odia Font

ODIA SONG LYRICS

ଦେଖ ଲୋ ସଙ୍ଗାତ
ବଡଦାଣ୍ଡେ ବିଜେ ଜଗନ୍ନାଥ

Dekha Lo Sangata Odia Song Lyrics In Odia Language

ଦେଖ ଲୋ ସଙ୍ଗାତ
ବଡଦାଣ୍ଡେ ବିଜେ ଜଗନ୍ନାଥ 
ଦେଖ ଲୋ ସଙ୍ଗାତ
ବଡଦାଣ୍ଡେ ବିଜେ ଜଗନ୍ନାଥ 
ଦେଖ ଲୋ ସଙ୍ଗାତ
ଆସୁଛନ୍ତି ଝୁଲି ଆହା ଝୁଲି ଝୁଲି ଝୁଲି
ଘଣ୍ଟ ତାଳେ ତାଳେ କରି ଭଙ୍ଗି ନାଟ
ଦେଖ ଲୋ ସଙ୍ଗାତ
ବଡଦାଣ୍ଡେ ବିଜେ ଜଗନ୍ନାଥ 
ଦେଖ ଲୋ ସଙ୍ଗାତ


ଟିକେ ଆଗକୁ ସେ ଟିକେ ପଛକୁ
ସତେ ମନ ନାହିଁ ରଥେ ଯିବାକୁ
ଭିଡା ଭିଡ଼ି ଦେଖ ଭୂଜେ ଭୂଜକୁ
ଧରିଛନ୍ତି ଭକ୍ତେ ଅଣ୍ଟା ଡୋରକୁ
ନ ମାନନ୍ତି ଵାୟା ହାତୀ କାହାକୁ
ବାୟା କରିଛନ୍ତି ପଣ୍ଡା ପୁଅଙ୍କୁ
ଲୁଟି ଯାଉଛନ୍ତି ଦାଣ୍ଡ ମଝିକୁ
ସତେ ଗୋପଦାଣ୍ଡେ ଧୂଳି ଖେଳକୁ
କାହିଁ ଦେଖିଛୁ କି....
କାହିଁ ଦେଖିଛୁ କି କହ ଲୋ ମିତ
ଜଗତ ଭିତରେ ଏମିତି ଯାତ
ଭକତ ସାଙ୍ଗରେ ପ୍ରଭୁଙ୍କ ନାଟ
ଦେଖ ଲୋ ସଙ୍ଗାତ
ବଡଦାଣ୍ଡେ ବିଜେ ଜଗନ୍ନାଥ 
ଦେଖ ଲୋ ସଙ୍ଗାତ


ଆସ ଆସ ବୋଲି ମୋର କୋଳକୁ
ଡାକୁଛନ୍ତି ଧନ ଟେକି ଭୂଜକୁ
ବିଚାର ନାହିଁ ତ ବଡ ସାନକୁ
ଯିଏ ଛୁଏଁ ସିଏ ଜୀଏଁ କାଳକୁ
ପ୍ରେମ ସୁଧାମୟ କୋରା ଖଇକୁ
ବାଣ୍ଟୁଛନ୍ତି ଦେଖ ଜଗତ ଜନଙ୍କୁ
ଯିଏ ପାରୁଛି ସେ ଜନ୍ମ ଜନ୍ମକୁ
ଲୁଟି ନେଉଛି ସେ ପ୍ରେମ ସୁଧାକୁ
କାହିଁ ଦେଖିଛୁ କି.....
କାହିଁ ଦେଖିଛୁ କି କହ ଲୋ ମିତ
ଜଗତ ଭିତରେ ଏମିତି ଯାତ
ଭକତ ସାଙ୍ଗରେ ପ୍ରଭୁଙ୍କ ନାଟ
ଦେଖ ଲୋ ସଙ୍ଗାତ
ବଡଦାଣ୍ଡେ ବିଜେ ଜଗନ୍ନାଥ
ଦେଖ ଲୋ ସଙ୍ଗାତ
ବଡଦାଣ୍ଡେ ବିଜେ ଜଗନ୍ନାଥ
ଦେଖ ଲୋ ସଙ୍ଗାତ

ଆସୁଛନ୍ତି ଝୁଲି ଆହା ଝୁଲି ଝୁଲି ଝୁଲି
ଘଣ୍ଟ ତାଳେ ତାଳେ କରି ଭଙ୍ଗି ନାଟ
ଦେଖ ଲୋ ସଙ୍ଗାତ
ବଡଦାଣ୍ଡେ ବିଜେ ଜଗନ୍ନାଥ 
ଦେଖ ଲୋ ସଙ୍ଗାତ

Dekha Lo Sangata Bada Dande Bije Odia Song Lyrics In Odia Font

Thank You

Comments