He Bandhu Bidaya Odia Song Lyrics In Odia Font

ODIA SONG LYRICS

ହେ ବନ୍ଧୁ ହେ ବନ୍ଧୁ ବିଦାୟ
ଯାହା ସୁଖ ଦେଲ ଛାଡି ମୁଁ ଯାଉଚି

He Bandhu Bidaya Odia Song Lyrics In Odia Language

ହେ ବନ୍ଧୁ ହେ ବନ୍ଧୁ ବିଦାୟ
ହେ ବନ୍ଧୁ ହେ ବନ୍ଧୁ ବିଦାୟ
ଯାହା ସୁଖ ଦେଲ ଛାଡି ମୁଁ ଯାଉଚି
ଯାହା ଦୁଃଖ ଦେଲ ସାଥିରେ ନଉଚି
ଯାହା ସୁଖ ଦେଲ ଛାଡି ମୁଁ ଯାଉଚି
ଯାହା ଦୁଃଖ ଦେଲ ସାଥିରେ ନଉଚି
ସ୍ୱର୍ଗ ଦ୍ୱାରେ ହବ ଦାହ
ସିଂହଦ୍ୱାରୁ ଘେନ ମୋ ଶେଷ ପ୍ରଣାମ
ଓଁ ନମଃ ଭଗବତେ ବାସୁ ଦେବାୟ 
ଓଁ ନମଃ ଭଗବତେ ବାସୁ ଦେବାୟ
ହେ ବନ୍ଧୁ ହେ ବନ୍ଧୁ ବିଦାୟ
ହେ ବନ୍ଧୁ ହେ ବନ୍ଧୁ ବିଦାୟ



ବାଟ ଚାଲୁ ଚାଲୁ ସରିଗଲା କେବେ
ପାରିଲିନି ଟିକେ ଜାଣି
କହିବାକୁ ଥିଲା କେତେ କଥା ବନ୍ଧୁ
ବାକି ରହିଗଲା ପୁଣି
ତମ କଥା ବନ୍ଧୁ ମନେ ପଡିଗଲା
ଜୀବନଟା ଯାଉ ଯାଉ
କିଏ ଜାଣେ କେବେ ପୁଣି ଦେଖା ହବ
କୋଉ ଜନମରେ ଆଉ
କଥା ଥିଲା ତମ ପାଖୁ ନେଇଯିବ
ଏ ଭବ ସାଗରୁ ପାରି କରିଦବ
ସରିଗଲା ମୋ ସମୟ
ଏ ଘନ କାଳରେ କାହିଁ ଗଲ ବନ୍ଧୁ
ଓଁ ନମଃ ଭଗବତେ ବାସୁ ଦେବାୟ 
ଓଁ ନମଃ ଭଗବତେ ବାସୁ ଦେବାୟ
ହେ ବନ୍ଧୁ ହେ ବନ୍ଧୁ ବିଦାୟ
ହେ ବନ୍ଧୁ ହେ ବନ୍ଧୁ ବିଦାୟ



ତମ ସାଥେ ବନ୍ଧୁ କରିଥିଲି ଭାବ
ଶେଷ ଦରଶନ ପାଇଁ
ଇଛା ଥିଲା ବନ୍ଧୁ ତମ ହାତ ଧରି
ବୈକୁଣ୍ଠ ଯିବ ପାଇଁ
ସ୍ୱର୍ଗଦ୍ୱାର ଯାଏ ବାଟ ମୁଁ ଦେଖିଚି
ଯାଇ ନାହିଁ ତା ଆଗକୁ
ଯାଉ ଯାଉ ଦେଖେ କୁଆଡେ ଯାଉଛି
ସରଗକୁ ନା ନର୍କକୁ
ଗଲା ଜନମର କରମ ଯୋଡିବ
ଏଇ ଜନମର କରମ ଫେଡ଼ିବ
ନିକିତିରେ ତଉଲିବ
ଉଣା ହେଲେ କିଛି ଯୋଡି ଦବ ବନ୍ଧୁ
ଓଁ ନମଃ ଭଗବତେ ବାସୁ ଦେବାୟ 
ଓଁ ନମଃ ଭଗବତେ ବାସୁ ଦେବାୟ

ହେ ବନ୍ଧୁ ହେ ବନ୍ଧୁ ବିଦାୟ
ହେ ବନ୍ଧୁ ହେ ବନ୍ଧୁ ବିଦାୟ
ଯାହା ସୁଖ ଦେଲ ଛାଡି ମୁଁ ଯାଉଚି
ଯାହା ଦୁଃଖ ଦେଲ ସାଥିରେ ନଉଚି
ଯାହା ସୁଖ ଦେଲ ଛାଡି ମୁଁ ଯାଉଚି
ଯାହା ଦୁଃଖ ଦେଲ ସାଥିରେ ନଉଚି
ସ୍ୱର୍ଗ ଦ୍ୱାରେ ହବ ଦାହ
ସିଂହଦ୍ୱାରୁ ଘେନ ମୋ ଶେଷ ପ୍ରଣାମ
ଓଁ ନମଃ ଭଗବତେ ବାସୁ ଦେବାୟ 
ଓଁ ନମଃ ଭଗବତେ ବାସୁ ଦେବାୟ
ଓଁ ନମଃ ଭଗବତେ ବାସୁ ଦେବାୟ 
ଓଁ ନମଃ ଭଗବତେ ବାସୁ ଦେବାୟ



He Bandhu Bidaya Odia Song Lyrics In Odia Font


Thank You

Comments