Jogadi Rakhitha Babu Odia Song Lyrics In Odia Font

ODIA SONG LYRICS

ଯୋଗାଡ଼ି ରଖିଥା ବାବୁ ଖଇ କଉଡ଼ି
ସଜାଡି ରଖିଥା ବାବୁ ପାଳ ଦଉଡି

Jogadi Rakhitha Babu Odia Song Lyrics In Odia Language

ଯୋଗାଡ଼ି ରଖିଥା ବାବୁ ଖଇ କଉଡ଼ି
ସଜାଡି ରଖିଥା ବାବୁ ପାଳ ଦଉଡି


ଯୋଗାଡ଼ି ରଖିଥା ବାବୁ ଖଇ କଉଡ଼ି
ସଜାଡି ରଖିଥା ବାବୁ ପାଳ ଦଉଡି
ଯୋଗାଡ଼ି ରଖିଥା ବାବୁ ଖଇ କଉଡ଼ି
ସଜାଡି ରଖିଥା ବାବୁ ପାଳ ଦଉଡି
ମତେ ମରଣ ଡାକୁଚି ଆରେ ଆରେ ଆରେ
ମତେ ମଶାଣି ଡାକୁଚି ଆ
ମତେ ଯମ ଡ଼ାକିଲାଣି ଆରେ ଆରେ ଆରେ
ମତେ କାଳ ଡ଼ାକିଲାଣି ଆ
ବେଳ ହେଲା ବେଳ ହେଲା ଯିବି ବାହୁଡ଼ି
ମୁଁ ଯିବି ବାହୁଡ଼ି
ଯୋଗାଡ଼ି ରଖିଥା ବାବୁ ଖଇ କଉଡ଼ି
ସଜାଡି ରଖିଥା ବାବୁ ପାଳ ଦଉଡି



ବୁଲେଇ ନେ ବାବୁରେ ତୁ ମତେ ଥରେ ତୀର୍ଥ
ଦେଖେଇଦେ ମତେ ଥରେ ପ୍ରଭୁ ଜଗନାଥ
ହୋ...ସରି ସରି ଆସିଲାଣି ମୋ ଜୀବନ ପଥ
ଶେଷ ବେଳେ ଶୁଣେଇଦେ ପଦେ ଭାଗବତ
ମତେ ତୁଳସୀ ଟିକିଏ ଦେରେ ଦେରେ ଦେରେ
ମତେ ନିର୍ମାଲ୍ୟ ଟିକିଏ ଦେ
ମତେ ଗଙ୍ଗାଜଳ ଟିକେ ଦେରେ ଦେରେ ଦେରେ
ମତେ କୈବଲ୍ୟ ଟିକିଏ ଦେ
ସଜେଇଦେ ସଜେଇଦେ ଶେଷ ସଙ୍ଗାଡି
ମୁଁ ଯିବି ବାହୁଡ଼ି
ଯୋଗାଡ଼ି ରଖିଥା ବାବୁ ଖଇ କଉଡ଼ି
ସଜାଡି ରଖିଥା ବାବୁ ପାଳ ଦଉଡି



ସିନ୍ଦୁକରେ ସାଇତିଚି ଯେତେ ସବୁ ଧନ
ତୋ ପାଇଁ ମୁଁ ଛାଡିଯିବି ଆରେ ବାବୁ ଧନ
ହଁ ମୋ ରାଇଜ ତୋ ହାତରେ ଯିବି ଜିମା ଦେଇ
ଆସିଥିଲି ଶୂନ୍ୟ ହୋଇ ଯିବି ଶୂନ୍ୟ ହୋଇ
ମତେ କାନ୍ଧରେ କାନ୍ଧେଇ ନେରେ ନେରେ ନେରେ
ମତେ ମୁଣ୍ଡରେ ମୁଣ୍ଡେଇ ନେ
ମତେ ଶିରିକ୍ଷେତ୍ର ଯାଏ ନେରେ ନେରେ ନେରେ
ମତେ ସ୍ୱର୍ଗ ଦ୍ୱାର ଯାଏ ନେ
ତୁ ପରା ଏକା ମୋର ଅନ୍ଧ ଲଉଡ଼ି
ମୁଁ ଯିବି ବାହୁଡ଼ି 
ଯୋଗାଡ଼ି ରଖିଥା ବାବୁ ଖଇ କଉଡ଼ି
ସଜାଡି ରଖିଥା ବାବୁ ପାଳ ଦଉଡି

ଯୋଗାଡ଼ି ରଖିଥା ବାବୁ ଖଇ କଉଡ଼ି
ସଜାଡି ରଖିଥା ବାବୁ ପାଳ ଦଉଡି
ମତେ ମରଣ ଡାକୁଚି ଆରେ ଆରେ ଆରେ
ମତେ ମଶାଣି ଡାକୁଚି ଆ
ମତେ ଯମ ଡ଼ାକିଲାଣି ଆରେ ଆରେ ଆରେ
ମତେ କାଳ ଡ଼ାକିଲାଣି ଆ
ବେଳ ହେଲା ବେଳ ହେଲା ଯିବି ବାହୁଡ଼ି
ମୁଁ ଯିବି ବାହୁଡ଼ି ଯିବି ବାହୁଡ଼ି
ଯିବି ବାହୁଡ଼ି ମୁଁ ଯିବି ବାହୁଡ଼ି



Jogadi Rakhitha Babu Odia Song Lyrics In Odia Font


Thank You

Comments