Kakatapure Tu Maa Mangala Odia Song Lyrics In Odia Font

ODIA SONG LYRICS

କାକଟପୁରେ ତୁ ମା ମଙ୍ଗଳା
ଝଙ୍କଡ଼ ବାସିନୀ ମା ଶାରଳା

Kakatapure Tu Maa Mangala Odia Song Lyrics In Odia Language

କାକଟପୁରେ ତୁ ମା ମଙ୍ଗଳା
ଝଙ୍କଡ଼ ବାସିନୀ ମା ଶାରଳା
ନୀଳାଚଳ ଧାମେ ମା ବିମଳା
ତାଳଚେରେ ତୁ ଲୋ ମା ହିଙ୍ଗୁଳା
ଜୟ ମା.....ମଙ୍ଗଳା
ଜୟ ମା.....ମଙ୍ଗଳା
ଜୟ ମା.....ମଙ୍ଗଳା
କାକଟପୁରେ ତୁ ମା ମଙ୍ଗଳା
କାକଟପୁରେ ତୁ


ବିପଦେ ଆପଦେ ତତେ ସୁମରିଲେ
ଘଣ୍ଟ ଘୋଡାଉଲୋ ତୋ ପଣତ ତଳେ
ହୋ ପଙ୍ଗୁଲଙ୍ଗେ ଗିରି ତୋ ଦୟା ହୋଇଲେ
ଦୁବ ହୁଏ ଦାରୁ ତୋର ଇଛା ବଳେ
ସିନ୍ଦୁର ଶୋଭିତା...ମନ୍ଦାର ମଣ୍ଡିତା
ସିନ୍ଦୁର ଶୋଭିତା ମନ୍ଦାର ମଣ୍ଡିତା
ମା ଲୋ ଭକ୍ତ ବତ୍ସଳା
ଯାଜପୁରେ ତୁ ଲୋ ମା ବିରଜା
ବାଙ୍କିରେ ଚର୍ଚ୍ଚିକା ପାଉ ତୁ ପୂଜା
ସମ୍ୱଲପୁରେ ତୁ ସମଲେଇ ମା
ଘଟଗାଁ ବାସିନୀ ତାରିଣୀ ମା
ଜୟ ମା.....ମଙ୍ଗଳା
ଜୟ ମା.....ମଙ୍ଗଳା
ଜୟ ମା.....ମଙ୍ଗଳା


ଯେଉଁ ଦିନରୁ ଲୋ ହେତୁ ମୁଁ ପାଇଲି
ମା ବୋଲି ତତେ ମନେ ଭାବି ନେଲି
ହୋ ଅନ୍ଧୁଣି କରି ଲୋ ବର ଫେରେଇଲୁ
ବାପଠୁ ପୁଅକୁ ଅଲଗା କରିଲୁ
କଟକ ଚଣ୍ଡୀ ମା...ତୋ ଦୟା ହୋଇଲେ
କଟକ ଚଣ୍ଡୀ ମା...ତୋ ଦୟା ହୋଇଲେ
ଲାଗିଯିବ କୂଳେ ମୋର ନାଆ
ଭୁବନେଶ୍ୱରରେ ଗୌରୀ ମା
ବାଣପୁରେ ତୁ ଲୋ ଭଗବତୀ ମା
ସଙ୍କଟ ନାଶିନୀ ହୁଅ ମା ସାହା
ତୋ ବିନୁ ଆଉ କେ କରିବ ଆହା
ଜୟ ମା.....ମଙ୍ଗଳା
ଜୟ ମା.....ମଙ୍ଗଳା
ଜୟ ମା.....ମଙ୍ଗଳା
ଜୟ ମା.....ମଙ୍ଗଳା
ଜୟ ମା.....ମଙ୍ଗଳା


Kakatapure Tu Maa Mangala Odia Song Lyrics In Odia Font


Thank You

Comments