Kanhure Mo Kanhure Odia Song Lyrics In Odia Font

ODIA SONG LYRICS

କାହ୍ନୁରେ...ମୋ...କାହ୍ନୁରେ...
ଡାକିଲେ ଯଶୋଦା ମୋ କାହ୍ନୁରେ

Kanhure Mo Kanhure Dakile Jasoda Mo Odia Song Lyrics In Odia Language

କାହ୍ନୁରେ...ମୋ...କାହ୍ନୁରେ...
କାହ୍ନୁରେ...ମୋ...କାହ୍ନୁରେ...
ଡାକିଲେ ଯଶୋଦା ମୋ କାହ୍ନୁରେ
ଡାକିଲେ ଯଶୋଦା ମୋ କାହ୍ନୁରେ
କାହ୍ନୁରେ...ମୋ...କାହ୍ନୁରେ...
ଡାକିଲେ ଯଶୋଦା ମୋ କାହ୍ନୁରେ
କହିବୁ କି ସତ କହିବୁ କି
କହିବୁ କି ସତ କହିବୁ କି
ଘଡ଼ିରେ ଘଡିଏ ଲହୁଣି ଥିଲା
ସତ କହ ଖାଇଚୁ କି ଧନରେ
ସତ କହ ଖାଇଚୁ କି ଧନରେ
କାହ୍ନୁରେ...ମୋ...କାହ୍ନୁରେ...
ଡାକିଲେ ଯଶୋଦା ମୋ କାହ୍ନୁରେ
ଡାକିଲେ ଯଶୋଦା ମୋ କାହ୍ନୁରେ


ମାଆ ଲୋ ମାଆ ମୋ ସୁନା ମାଆ
ମୋ ସୁନା ମାଆ ମୋ ସୁନା ମାଆ
ମାଆ ଲୋ ମାଆ ମୋ ସୁନା ମାଆ
ମୋ ସୁନା ମାଆ ମୋ ସୁନା ମାଆ
ଦେଖିଛୁ କି ମତେ ଦେଖିଛୁ କି
ଦେଖିଛୁ କି ମତେ ଦେଖିଛୁ କି
ଯାଇଥିଲି ପରା ଗାଇ ମୁଁ ଚରେଇ
ସାରା ଦିନ ମୁଁ ଘରେ ଥିଲି କି
ସକାଳ ପହରୁ ଗାଇ ଗୋଠ ନେଇ
ଯାଇ ଥିଲି ମଧୁ ବନ
ଥକି ମୁଁ ଯାଇଛି ଭୋକ ବି ଲାଗୁଛି
ଖାଇ ନାହିଁ ସାରା ଦିନ
ସକାଳ ପହରୁ ଗାଇ ଗୋଠ ନେଇ
ଯାଇ ଥିଲି ମଧୁ ବନ
ଥକି ମୁଁ ଯାଇଛି ଭୋକ ବି ଲାଗୁଛି
ଖାଇ ନାହିଁ ସାରା ଦିନ
ମାଆ ଦବୁ କି କହ ମାଆ ଦବୁ କି କହ
ମାଆ ଦବୁ କି କହ ମାଆ ଦବୁ କି କହ
ଭୋକରେ ମୋ ପେଟ ପୋଡି ଯାଏରେ
ଭୋକରେ ମୋ ପେଟ ପୋଡି ଯାଏରେ
କାହ୍ନୁରେ...ମୋ...କାହ୍ନୁରେ
ଡାକିଲେ ଯଶୋଦା ମୋ କାହ୍ନୁରେ
କହିବୁ କି କାହ୍ନୁ କହିବୁ କି
କହିବୁ କି କାହ୍ନୁ କହିବୁ କି
ସାହି ପଡିଶାର ଲହୁଣୀ ଚୋରେଇ
ସତ କହ ଖାଇଚୁ କି ଧନରେ
ସତ କହ ଖାଇଚୁ କି ଧନରେ
କାହ୍ନୁରେ...ମୋ...କାହ୍ନୁରେ
ଡାକିଲେ ଯଶୋଦା ମୋ କାହ୍ନୁରେ
ଡାକିଲେ ଯଶୋଦା ମୋ କାହ୍ନୁରେ


ଲହୁଣୀ ଖାଇବା ଦୂରର କଥା ମାଆ
ଦେଖି ନାହିଁ ଦେଖି ନାହିଁ
କଉଠି ଲୁଚାଇ ରଖିଛୁ ସିକାରେ
ଜାଣି ନାହିଁ ଜାଣି ନାହିଁ
ଲହୁଣୀ ଖାଇବା ଦୂରର କଥା ମାଆ
ଦେଖି ନାହିଁ ଦେଖି ନାହିଁ
କଉଠି ଲୁଚାଇ ରଖିଛୁ ସିକାରେ
ଜାଣି ନାହିଁ ଜାଣି ନାହିଁ
ଭାବିଚୁ କି ମା ଭାବିଚୁ କି
ଭାବିଚୁ କି କେବେ ଭାବିଚୁ କି
ମୁଁ କେଡେ ଛୋଟିଆ ମୋ ହାତ ଛୋଟିଆ
ସିକାକୁ ମୋ ହାତ ପାଇବ କି
ତୋ ନାଲିଆ ଓଠ ଧଳା ହେଲା କେମିତି
ତୋ ମୁହଁରେ ସର ଲାଗିଲାରେ କେମିତି
ସତ କଥା କହିବୁ କି ଧନରେ
ସତ କଥା କହିବୁ କି ଧନରେ
କାହ୍ନୁରେ...ମୋ...କାହ୍ନୁରେ...
ଡାକିଲେ ଯଶୋଦା ମୋ କାହ୍ନୁରେ
ଡାକିଲେ ଯଶୋଦା ମୋ କାହ୍ନୁରେ


ମାଆ ଲୋ ମାଆ ମୋ ସୁନା ମାଆ
ତୋ ରାଣ ଖାଉଛି ମୋ ସୁନା ମାଆ
ମାଆ ଲୋ ମାଆ ମୋ ସୁନା ମାଆ 
ତୋ ରାଣ ଖାଉଛି ମୋ ସୁନା ମା
ସତ ମୁଁ କହୁଚି ତୋ ଦେହ ଛୁଉଁଛି
ସର ଲବଣି ମୁଁ ଖାଇଛି ମା
ଯାହା ଇଛା ଦଣ୍ଡ ମତେ ଦେରେ
ଯାହା ଇଛା ଦଣ୍ଡ ମତେ ଦେରେ
କାହ୍ନୁରେ...ମୋ...କାହ୍ନୁରେ...
ତୁ ମୋର ଧନ ଶଙ୍ଖାଳିରେ
ତତେ ଛାଡି ରହି କି ପାରିବିରେ
ପାଖକୁ ଆ' ଟିକେ ଧନରେ

Kanhure Mo Kanhure Odia Song Lyrics In Odia Font


Thank You

Comments