Mahaprasada Chhuin Odia Song Lyrics In Odia Font

ODIA SONG LYRICS

ମହାପ୍ରସାଦ ଛୁଇଁ କହ ଚକାନୟନ
ସତେ କି ରଧାକୁ ତମେ ମନ ଦେଇନ

Mahaprasada Chhuin Kaha Chakanayana Odia Song Lyrics In Odia Language

ମହାପ୍ରସାଦ ଛୁଇଁ କହ ଚକାନୟନ
ସତେ କି ରଧାକୁ ତମେ ମନ ଦେଇନ
ମହାପ୍ରସାଦ ଛୁଇଁ କହ ଚକାନୟନ
ସତେ କି ରଧାକୁ ତମେ ମନ ଦେଇନ
ଘରଣୀ ରାଣୀ ତୁମର ମାଆ କମଳିନୀ
ଶ୍ରୀମନ୍ଦିରେ ଜଦି ସିଏ ବଡ ଠାକୁରାଣୀ
କାହିଁକି ବୋଲାଅ ତୁମେ
କାହିଁକି ବୋଲାଅ ତୁମେ ରାଧାମୋହନ
ମହାପ୍ରସାଦ ଛୁଇଁ କହ ଚକାନୟନ
ସତେ କି ରଧାକୁ ତମେ ମନ ଦେଇନ




ଲକ୍ଷ୍ମୀ ହାତ ରନ୍ଧା ଶ୍ରୀ ମହାପ୍ରସାଦ
ଭକତର ପ୍ରାଣ ସେଇ
ତାକୁ ଛୁଇଁ ପ୍ରଭୁ ମିଛ କହିଦେଲେ
ହୋଇଯିବ ଲକ୍ଷ୍ମୀ ଦ୍ରୋହି
ଲକ୍ଷ୍ମୀ ହାତ ରନ୍ଧା ଶ୍ରୀ ମହାପ୍ରସାଦ
ଭକତର ପ୍ରାଣ ସେଇ
ତାକୁ ଛୁଇଁ ପ୍ରଭୁ ମିଛ କହିଦେଲେ
ହୋଇଯିବ ଲକ୍ଷ୍ମୀ ଦ୍ରୋହି
ସତ ଜଦି କହିବ ହେ ଜଗତ ମୋହନ
ଋଷି ଯିବେ ସାଆନ୍ତାଣୀ ରାନ୍ଧିବେନି ଅନ୍ନ
ଭାବି ଚିନ୍ତି କୁହ ପ୍ରଭୁ
ଭାବି ଚିନ୍ତି କୁହ ପ୍ରଭୁ କଳାବଦନ
ମହାପ୍ରସାଦ ଛୁଇଁ କହ ଚକାନୟନ
ସତେ କି ରଧାକୁ ତମେ ମନ ଦେଇନ



ପିତୃ ସତ୍ୟ ପାଳି ଚଉଦ ବରଷ
ହୋଇ ଥିଲ ବନଚାରି
ସତ୍ୟ ରକ୍ଷା କରି ଅର୍ଜୁନ ରଥରେ
ସାରଥୀ ହେଲ ଶ୍ରୀହରି
ହୋ ପିତୃ ସତ୍ୟ ପାଳି ଚଉଦ ବରଷ
ହୋଇ ଥିଲ ବନଚାରି
ସତ୍ୟ ରକ୍ଷା କରି ଅର୍ଜୁନ ରଥରେ
ସାରଥୀ ହେଲ ଶ୍ରୀହରି
ଆଜି ଆଉ ଥରେ ସତ କୁହ ହେ ମାଧବ
ରାଧା ଗୋଉଡ଼ୁଣୀ ସାଥେ ତୁମର କି ଭାବ
ନହେଲେ ପ୍ରଭୁ ପଣରେ
ନହେଲେ ପ୍ରଭୁ ପଣରେ ହେବ ଅପମାନ

ମହାପ୍ରସାଦ ଛୁଇଁ କହ ଚକାନୟନ
ସତେ କି ରଧାକୁ ତମେ ମନ ଦେଇନ
ଘରଣୀ ରାଣୀ ତୁମର ମା କମଳିନୀ
ଶ୍ରୀମନ୍ଦିରେ ଜଦି ସିଏ ବଡ ଠାକୁରାଣୀ
କାହିଁକି ବୋଲାଅ ତୁମେ
କାହିଁକି ବୋଲାଅ ତୁମେ ରାଧାମୋହନ
ମହାପ୍ରସାଦ ଛୁଇଁ କହ ଚକାନୟନ
ସତେ କି ରଧାକୁ ତମେ ମନ ଦେଇନ



Maha Prasada Chhuin Kaha Chakanayana Odia Song Lyrics In Odia Font


Thank You

Comments