Malli Fula Bada Basana Odia Song Lyrics In Odia Font

ODIA SONG LYRICS

ମଲ୍ଲୀ ଫୁଲ ବଡ ବାସନା
ତାର ରଙ୍ଗଟି ଧଳା ଲୋ

Malli Fula Bada Basana Odia Song Lyrics In Odia Language

ମଲ୍ଲୀ ଫୁଲ ବଡ ବାସନା
ତାର ରଙ୍ଗଟି ଧଳା ଲୋ
ତାର ରଙ୍ଗଟି ଧଳା
ମଲ୍ଲୀ ଫୁଲ ବଡ ବାସନା
ତାର ରଙ୍ଗଟି ଧଳା ଲୋ
ତାର ରଙ୍ଗଟି ଧଳା
ଚାଲ ଦେଖିଯିବା କଳା ମାଣିକକୁ
କଳା ମାଣିକକୁ
ଚାଲ ଦେଖିଯିବା କଳା ମାଣିକକୁ ଲୋ
ଧନ ଶଙ୍ଖାଳି ସେ ନନ୍ଦର ଗଳା
ମଲ୍ଲୀ ଫୁଲ ବଡ ବାସନା
ତାର ରଙ୍ଗଟି ଧଳା ଲୋ
ତାର ରଙ୍ଗଟି ଧଳା


କି ସୁନ୍ଦର ପଦ୍ମ ଫୁଲଟି
ତାର ପତର ଚେକା ଲୋ
ତାର ପତର ଚେକା
କି ସୁନ୍ଦର ପଦ୍ମ ଫୁଲଟି
ତାର ପତର ଚେକା ଲୋ
ତାର ପତର ଚେକା
ଗରୁଡ ପଛରେ କାନ୍ଥକୁ ଆଉଜି
କାନ୍ଥକୁ ଆଉଜି
ଗରୁଡ ପଛରେ କାନ୍ଥକୁ ଆଉଜି ଲୋ
ଦେଖ ଦୁଇ ଡୋଳା କି ଚକା ଚକା
ବଡ ସୁକୁମାରୀ ଗୋଲାପ
ତାର ପତର କଣ୍ଟା ଲୋ
ତାର ପତର କଣ୍ଟା
ବଡ ସୁକୁମାରୀ ଗୋଲାପ
ତାର ପତର କଣ୍ଟା ଲୋ
ତାର ପତର କଣ୍ଟା
ଉପରକୁ ଅନା ନୀଳଚକ୍ର ନେତ
ନୀଳଚକ୍ର ନେତ
ଉପରକୁ ଅନା ନୀଳଚକ୍ର ନେତ ଲୋ
ଫର ଫର ଦେଖ ଉଡୁଚି ବାନା
ମନ୍ଦାର ଫୁଲଟି ନାଲିଆ
ତାର କେଶର ଲମ୍ବା ଲୋ
ତାର କେଶର ଲମ୍ବା
ମନ୍ଦାର ଫୁଲଟି ନାଲିଆ
ତାର କେଶର ଲମ୍ବା ଲୋ
ତାର କେଶର ଲମ୍ବା
କଳ୍ପବଟ ଡାଳେ କନା ବାନ୍ଧି ହଳେ
କନା ବାନ୍ଧି ହଳେ
କଳ୍ପବଟ ଡାଳେ କନା ବାନ୍ଧି ହଳେ ଲୋ
ଯାହା ମନାସିବୁ ପାଇବୁ କାଳେ
ମଲ୍ଲୀ ଫୁଲ ବଡ ବାସନା
ତାର ରଙ୍ଗଟି ଧଳା ଲୋ
ତାର ରଙ୍ଗଟି ଧଳା


ହଳଦିଆ ମଣ୍ଡା କୁସୁମ
ତାର ପତର ସରୁ ଲୋ
ତାର ପତର ସରୁ
ହଳଦିଆ ମଣ୍ଡା କୁସୁମ
ତାର ପତର ସରୁ ଲୋ
ତାର ପତର ସରୁ
ଡାକିଦେଲେ ଓ କରେ ଲୋ କାଳିଆ
ଡାକିଦେଲେ କରେ
ଡାକିଦେଲେ ଓ କରେ ଲୋ କାଳିଆ ସେ
ବଡ ମନୁଆ ଲୋ ବଡ ଚଳିଆ
ଚମ୍ପା ଫୁଲ ବଡ ମହକ
ତାର ଚହଟେ ବାସ ଲୋ
ତାର ଚହଟେ ବାସ
ଚମ୍ପା ଫୁଲ ବଡ ମହକ
ତାର ଚହଟେ ବାସ ଲୋ
ତାର ଚହଟେ ବାସ
ଖିରି ଖିଚିଡ଼ିରେ ନାହିଁ ଲୋ ସରଧା 
ନାହିଁ ଲୋ ସରଧା
ଖିରି ଖିଚିଡ଼ିରେ ନାହିଁ ଲୋ ସରଧା ଗୋ
ଟଙ୍କ ତୋରାଣିରେ ମୋ ମନ ବନ୍ଧା
କନିଅର ଫୁଲ ସୁନ୍ଦର
ତାର ଫଳଟି ବିଷ ଲୋ
ତାର ଫଳଟି ବିଷ
କନିଅର ଫୁଲ ସୁନ୍ଦର
ତାର ଫଳଟି ବିଷ ଲୋ
ତାର ଫଳଟି ବିଷ
ଲୋଭ ମୋହ ମାୟା ମିଛର ଦୁନିଆ
ଲୋଭ ମୋହ ମାୟା
ଲୋଭ ମୋହ ମାୟା ମିଛର ଦୁନିଆ ସେ
ଉପର ଧଳା ଲୋ ଭିତର କଳା
ମଲ୍ଲୀ ଫୁଲ ବଡ ବାସନା
ତାର ରଙ୍ଗଟି ଧଳା ଲୋ
ତାର ରଙ୍ଗଟି ଧଳା
ମଲ୍ଲୀ ଫୁଲ ବଡ ବାସନା
ତାର ରଙ୍ଗଟି ଧଳା ଲୋ
ତାର ରଙ୍ଗଟି ଧଳା

Malli Fula Bada Basana Odia Song Lyrics In Odia Font


Thank You


Comments