Mora Mana Kahe Dinatie Odia Song Lyrics In Odia Font

ODIA SONG LYRICS

ମୋର ମନ କହେ ଦିନଟିଏ
ହବା ପାଇଁ ନନ୍ଦ

Mora Mana Kahe Dinatie Odia Song Lyrics In Odia Language

ମୋର ମନ କହେ ଦିନଟିଏ
ହବା ପାଇଁ ନନ୍ଦ
ଦିନଟିଏ ତୋ ସ୍ନେହରେ
ହବା ପାଇଁ ଅନ୍ଧ
ମୋର ମନ କହେ ଦିନଟିଏ
ହବା ପାଇଁ ନନ୍ଦ
ହୋ...ଦିନଟିଏ ତୋ ସ୍ନେହରେ
ହବା ପାଇଁ ଅନ୍ଧ
ଦିନଟିଏ ତତେ ପାଇ
ଭୋକ ଶୋଷ ଭୁଲି ଯାଇ
ପାଇବାକୁ ସବୁ ଆନନ୍ଦ
ଗୋବିନ୍ଦ ହେ ଗୋବିନ୍ଦ
ଗୋବିନ୍ଦ ହେ ଗୋବିନ୍ଦ



ବାପା ବୋଲି ଡାକିଲେ ତୁ
ପେଟ ଯିବ ପୁରିରେ
ଖୁସିରେ ମୋ ଲୁହ ସବୁ
ଯାଉ ଥିବ ଝରିରେ
ହୋ...ମୁହଁ ତୋର ଚାହିଁ ଦେଲେ
ଦୁଃଖ ଯିବ ସରିରେ
ସୁନା ସିନ୍ଧୁକରେ ମୋର
ସୁନା ଯିବ ଭରିରେ
ମୋ ପାଖରେ କଲେ ଅଳି
ଦେବି ନାହିଁ ତତେ ଗାଳି
ତୋଳି ଆଣି ଦେବି ମୁଁ ଚାନ୍ଦ
ଗୋବିନ୍ଦ ହେ ଗୋବିନ୍ଦ
ଗୋବିନ୍ଦ ହେ ଗୋବିନ୍ଦ



ଯାତରା ତୁ ଦେଖୁଥିବୁ
କାନ୍ଧରେ ମୋ ବସିରେ
ଲାଗିବନି ଜାଣିଥା ମୋ
ପାଦ ତଳେ ଖୁସିରେ
ହୋ ଦଗା ଦେଇ ମତେ କେବେ
ଯିବୁ ନାହିଁ ଖସିରେ
ନାଲି ନାଲି ଓଠେ ଦବୁ
ଖିଲି ଖିଲି ହସିରେ
ମନ କରି ଗୋପପୁର
ଖିଆଇବି କ୍ଷୀର ସର
ତୁ ପରା ମୋ ସୁଖ ସମ୍ପଦ
ଗୋବିନ୍ଦ ହେ ଗୋବିନ୍ଦ
ଗୋବିନ୍ଦ ହେ ଗୋବିନ୍ଦ

ମୋର ମନ କହେ ଦିନଟିଏ
ହବା ପାଇଁ ନନ୍ଦ
ହଁ...ଦିନଟିଏ ତୋ ସ୍ନେହରେ
ହବା ପାଇଁ ଅନ୍ଧ
ଦିନଟିଏ ତତେ ପାଇ
ଭୋକ ଶୋଷ ଭୁଲି ଯାଇ
ପାଇବାକୁ ସବୁ ଆନନ୍ଦ
ଗୋବିନ୍ଦ ହେ ଗୋବିନ୍ଦ
ଗୋବିନ୍ଦ ହେ ଗୋବିନ୍ଦ
ହେ ଗୋବିନ୍ଦ ହେ ଗୋବିନ୍ଦ



Mora Mana Kahe Dinatie Odia Song Lyrics In Odia Font


Thank You

Comments