Nimaku Chandana Karu Odia Song Lyrics In Odia Font

ODIA SONG LYRICS

ନିମକୁ ଚନ୍ଦନ କରୁ ଚନ୍ଦନକୁ ଦାରୁ

Nimaku Chandana Karu Odia Song Lyrics In Odia Language

ନିମକୁ ଚନ୍ଦନ କରୁ ଚନ୍ଦନକୁ ଦାରୁ
ନିମକୁ ଚନ୍ଦନ କରୁ ଚନ୍ଦନକୁ ଦାରୁ
ପାପୀକୁ ପବିତ୍ର କରୁ
ପାପୀକୁ ପବିତ୍ର କରୁ ତୁ ମହାମେରୁ
ଉଦ୍ଧାର କର ମୋତେ ମଣିଷ ଜନ୍ମରୁ
ନିମକୁ ଚନ୍ଦନ କରୁ ଚନ୍ଦନକୁ ଦାରୁ



ଚନ୍ଦ୍ରକୁ ଗ୍ରହଣ ଲାଗେ ସୂର୍ଯ୍ୟକୁ ପରାଗ
ରାହୁର ଛାୟାରୁ ପୁଣି ମୋକ୍ଷ ଯେ ସମ୍ଭବ
ଚନ୍ଦ୍ରକୁ ଗ୍ରହଣ ଲାଗେ ସୂର୍ଯ୍ୟକୁ ପରାଗ
ରାହୁର ଛାୟାରୁ ପୁଣି ମୋକ୍ଷ ଯେ ସମ୍ଭବ
ଦସ୍ୟୁରୁ ବାଲ୍ମୀକି ହେବା
ଦସ୍ୟୁରୁ ବାଲ୍ମୀକି ହେବା ତୋ କରୁଣାରୁ
ପଙ୍କଜ କର ମୋତେ କଳୁଷ ପଙ୍କରୁ
ନିମକୁ ଚନ୍ଦନ କରୁ ଚନ୍ଦନକୁ ଦାରୁ



ନଦୀ ତ ଖୋଜୁଚି ପ୍ରଭୁ ସାଗର ସଙ୍ଗମ
ଏମିତି ଖୋଜିବା ପରା ସୃଷ୍ଟିର ନିୟମ
ନଦୀ ତ ଖୋଜୁଚି ପ୍ରଭୁ ସାଗର ସଙ୍ଗମ
ଏମିତି ଖୋଜିବା ପରା ସୃଷ୍ଟିର ନିୟମ
ଜୀବନ ଖୋଜୁଚି ମୋକ୍ଷ
ଜୀବନ ଖୋଜୁଚି ମୋକ୍ଷ ସେ ହିସାବରୁ
ନିସ୍ତାର ମିଳୁ ଏବେ ଜନମ ମୃତ୍ୟୁରୁ

ନିମକୁ ଚନ୍ଦନ କରୁ ଚନ୍ଦନକୁ ଦାରୁ
ନିମକୁ ଚନ୍ଦନ କରୁ ଚନ୍ଦନକୁ ଦାରୁ
ପାପୀକୁ ପବିତ୍ର କରୁ
ପାପୀକୁ ପବିତ୍ର କରୁ ତୁ ମହାମେରୁ
ଉଦ୍ଧାର କର ମୋତେ ମଣିଷ ଜନ୍ମରୁ


Nimaku Chandana Karu Odia Song Lyrics In Odia Font


Thank You

Comments