Prema Na A Au Kichhi Odia Song Lyrics In Odia Font

ODIA SONG LYRICS

ଥରେ ଥରେ ମୋର ମନ ଏଇ ମୋର
ମନ ତୋ ମନକୁ ପଚାରୁଛି

Prema Na A Au Kichhi Odia Song Lyrics In Odia Font

ଝିଅ 
ଥରେ ଥରେ ମୋର ମନ ଏଇ ମୋର
ମନ ତୋ ମନକୁ ପଚାରୁଛି
ପ୍ରେମ ନା ଏ ଆଉ କିଛି 
ପ୍ରେମ ନା ଏ ଆଉ କିଛି 
ପୁଅ
ଥରେ ଥରେ ମୋର ଛାଇ ଏଇ ମୋର
ଛାଇ ତୋ ଛାଇକୁ ପଚାରୁଛି
ପ୍ରେମ ନା ଏ ଆଉ କିଛି
ପ୍ରେମ ନା ଏ ଆଉ କିଛି



ଝିଅ
ଲାଗେ ମୁଁ ଝରଣା ହେଇ
ପାହାଡ଼ରୁ ଝରୁ ଅଛି
ପୁଅ
ନଦୀଟିଏ ହେଇ କାଳେ
ତୋ ବାଟକୁ ମୁଁ ଚାହିଁଛି
ଝିଅ
ହୋ ଲାଗେ ମୁଁ ଫୁଲଟେ ହେଇ
ବଗିଚାରେ ଫୁଟି ଅଛି
ପୁଅ
ହେ ସେଇ ଫୁଲ ବଗିଚାରେ
ମୁଁ କୁଆଡେ ମହୁ ମାଛି
ଝିଅ
ଥରେ ଥରେ ସାଥି ସତେ ଦେଖି କହ
ସାଥି ଭିତରେ ମୁଁ ଜଳୁ ଅଛି
ଇଛା ନ ଏ ଆଉ କିଛି
ଇଛା ନ ଏ ଆଉ କିଛି



ପୁଅ
ହୋ ଏମିତି ବାଟୋଇ ମୁଁ ଯେ
ଖରାରେ ମୁଁ ଚାଲୁ ଅଛି 
ଝିଅ
ଚାଲିଆ ତୁ ମିଠା ଛାଇ
ମୋ ଓଢଣୀ ତଳେ ଅଛି
ପୁଅ
ହାଏ ଏମିତି ପବନ ମୁଁ ଯେ
ମୋ ଠିକଣା ନାହିଁ କିଛି
ଝିଅ
ଦେଖିଯାରେ ତୋ ଠିକଣା
ମୋ ଆଖିରେ ଲେଖା ଅଛି
ପୁଅ
ଥରେ ଥରେ ଏଇ ଆଖି ନେଇ ମତେ
ଡାକି ତୋ ପାଖରେ ଛାଡୁ ଅଛି
ସ୍ବପ୍ନ ନା ଏ ଆଉ କିଛି
ସ୍ବପ୍ନ ନା ଏ ଆଉ କିଛି
ଝିଅ
ଥରେ ଥରେ ମୋର ମନ ଏଇ ମୋର
ମନ ତୋ ମନକୁ ପଚାରୁଛି
ପ୍ରେମ ନା ଏ ଆଉ କିଛି
ପ୍ରେମ ନା ଏ ଆଉ କିଛି
ପୁଅ
ପ୍ରେମ ନା ଏ ଆଉ କିଛି
ପ୍ରେମ ନା ଏ ଆଉ କିଛି


Prema Na A Au Kichhi Odia Song Lyrics In Odia Language


Thank You

Comments