Tume Hi Swarga Mora Odia Song Lyrics In Odia Font

ODIA SONG LYRICS

ତୁମେ ହିଁ ସ୍ୱର୍ଗ ମୋର
ତୁମେ ଦେବତା ମୋର

Tume Hi Swarga Mora Odia Song Lyrics In Odia Language

ତୁମେ ହିଁ ସ୍ୱର୍ଗ ମୋର
ତୁମେ ଦେବତା ମୋର
ତୁମେ ହିଁ ଶଙ୍ଖା
ତୁମେ ହିଁ ସିନ୍ଦୁର
ତୁମରି ପାଇଁ ଯାଉ ଗୋ ବିତି
ଏଇ ଜନମ ମୋହର
ତୁମେ ହିଁ ସ୍ୱର୍ଗ ମୋର
ତୁମେ ଦେବତା ମୋର
ତୁମେ ହିଁ ଶଙ୍ଖା
ତୁମେ ହିଁ ସିନ୍ଦୁର


ତୁମେ ମୋର ଆଖି ନୁହଁ
ସେ ଆଖିର ଜ୍ୟୋତି
ଜନମ ଜନମ ଲାଗି
ତୁମେ ହିଁ ତ ସାଥି
ଏ ଜୀବନ ସୁରେ ମୋର
ତୁମେ ମଧୁ ଗୀତି
ତୁମରି ସେ ପାଦ ତଳେ
ମୋହରି ମୁକତି
ଏ ଦେହ ମୋର କଣ୍ଢେଇ ମାଟିର
ତୁମେ ହିଁ ପ୍ରାଣ ତାହାର
ତୁମେ ହିଁ ସ୍ୱର୍ଗ ମୋର
ତୁମେ ଦେବତା ମୋର
ତୁମେ ହିଁ ଶଙ୍ଖା
ତୁମେ ହିଁ ସିନ୍ଦୁର


ତୁମ ସୁଖେ ସୁଖି ହୋଇ
ମୁଁହିଁ ହସୁଥିବି
ତମ ଦୁଖେ ଦୁଃଖୀ ହୋଇ
ଲୁହ ଝରାଇବି
ଏ ଜୀବନ କାଟି ଦେବି
ତୁମରି କୋଳରେ
ଜିଇଁ ଥିବା ଯାଏ ନାଇ
ସିନ୍ଦୁର ମଥାରେ
ତୁମେ ହିଁ ତ କାୟା
ମୁଁ ତୁମ ଛାୟା
ଏଇ ଆମ ସୁନା ସଂସାର
ତୁମେ ହିଁ ସ୍ୱର୍ଗ ମୋର
ତୁମେ ଦେବତା ମୋର
ତୁମେ ହିଁ ଶଙ୍ଖା
ତୁମେ ହିଁ ସିନ୍ଦୁର

Tume Hi Swarga Mora Odia Song Lyrics In Odia Font

Thank You


Comments