Chanda Ase Uin Uin Odia Song Lyrics In Odia Font

ODIA SONG LYRICS

ଚାନ୍ଦ ଆସେ ଉଇଁଉଇଁ ଉଇଁଉଇଁ ଉଇଁଉଇଁ

Chanda Ase Uin Uin Odia Song Lyrics In Odia Language

ଚାନ୍ଦ ଆସେ ଉଇଁଉଇଁ ଉଇଁଉଇଁ ଉଇଁଉଇଁ
ଚାନ୍ଦ ଆସେ ଉଇଁଉଇଁ ଉଇଁଉଇଁ ଉଇଁଉଇଁ
ଏ ଯାଏଁ ଫେରିନି ଗୋଠରୁ କହ୍ନେଇ
ଏ ଯାଏଁ ଫେରିନି ଗୋଠରୁ କହ୍ନେଇ
ଗୋପଦାଣ୍ଡେ ଦେଖ ଯାଏ ଧାଇଁଧାଇଁ ଲୋ...
ରାଧା ମୁଣ୍ଡରେ ଓଢଣା ନାହିଁ
ରାଧା ମୁଣ୍ଡରେ ଓଢଣା ନାହିଁ
ଚାନ୍ଦ ଆସେ ଉଇଁଉଇଁ ଉଇଁଉଇଁ ଉଇଁଉଇଁ


ଆକାଶେ ହସୁଚି ଦ୍ଵିତୀୟା ଚାନ୍ଦ
ରାଇ ଆଖି ଲୁହ ମାନୁନି ବନ୍ଧ
ଓ...ଆକାଶେ ହସୁଚି ଦ୍ଵିତୀୟା ଚାନ୍ଦ
ରାଇ ଆଖି ଲୁହ ମାନୁନି ବନ୍ଧ
ଫେରିନି କାହିଁକି ଆଜି ସଞ୍ଜରେ
ରହିଲା ସତେ କି କାହା କୁଞ୍ଜରେ
ମନ ବୁଝୁ ନାହିଁ ପାଗଳିନୀ ରାଇ
ମନ ବୁଝୁ ନାହିଁ ପାଗଳିନୀ ରାଇ
ଗୋପଦାଣ୍ଡେ ଦେଖ ଯାଏ ଧାଇଁଧାଇଁ ଲୋ
ରାଧା ମୁଣ୍ଡରେ ଓଢଣା ନାହିଁ
ରାଧା ମୁଣ୍ଡରେ ଓଢଣା ନାହିଁ
ଚାନ୍ଦ...ଚାନ୍ଦ...
ଚାନ୍ଦ ଆସେ ଉଇଁଉଇଁ ଉଇଁଉଇଁ ଉଇଁଉଇଁ


ସଳିତା ଭଳି ସେ ଯାଉଛି ଜଳି
ମରଣଠୁ ଦୁଃଖ ଯାଇଚି ବଳି
ଓ...ସଳିତା ଭଳି ସେ ଯାଉଛି ଜଳି
ମରଣଠୁ ଦୁଃଖ ଯାଇଚି ବଳି
ରାଧାର ପ୍ରେମରେ ଦେଲା କେ ବାଧା
ଆଜିଠୁ ପ୍ରେମକି ରହିବ ଅଧା
ଡାକ ଶୁଣୁ ନାହିଁ ବାଧା ମାନୁ ନାହିଁ
ଡାକ ଶୁଣୁ ନାହିଁ ବାଧା ମାନୁ ନାହିଁ
ଗୋପଦାଣ୍ଡେ ଦେଖ ଯାଏ ଧାଇଁଧାଇଁ ଲୋ
ରାଧା ମୁଣ୍ଡରେ ଓଢଣା ନାହିଁ
ମୁଣ୍ଡରେ ଓଢଣା ନାହିଁ
ଚାନ୍ଦ...ଚାନ୍ଦ...

ଚାନ୍ଦ ଆସେ ଉଇଁଉଇଁ ଉଇଁଉଇଁ ଉଇଁଉଇଁ
ଏ ଯାଏଁ ଫେରିନି ଗୋଠରୁ କହ୍ନେଇ
ଏ ଯାଏଁ ଫେରିନି ଗୋଠରୁ କହ୍ନେଇ
ଗୋପଦାଣ୍ଡେ ଦେଖ ଯାଏ ଧାଇଁଧାଇଁ ଲୋ
ରାଧା ମୁଣ୍ଡରେ ଓଢଣା ନାହିଁ
ମୁଣ୍ଡରେ ଓଢଣା ନାହିଁ
ରାଧା ମୁଣ୍ଡରେ ଓଢଣା ନାହିଁ
ରାଧା ମୁଣ୍ଡରେ ଓଢଣା ନାହିଁ

Chanda Ase Uin Uin Odia Song Lyrics In Odia Font


Thank You

Comments