Ki Ranga Lagei Delure Odia Song Lyrics In Odia Font

ODIA SONG LYRICS

କି ରଙ୍ଗ ଲଗେଇ ଦେଲୁରେ କଳା ରଙ୍ଗିଆ
କଳା ରଙ୍ଗିଆ

Ki Ranga Lagei Delure Odia Song Lyrics In Odia Language

କି ରଙ୍ଗ ଲଗେଇ ଦେଲୁରେ କଳା ରଙ୍ଗିଆ
କଳା ରଙ୍ଗିଆ
କି ରଙ୍ଗ ଲଗେଇ ଦେଲୁରେ କଳା ରଙ୍ଗିଆ
କଳା ରଙ୍ଗିଆ
ଥିଲା ଘର ହେଲା ପର
ଥିଲେ ବନ୍ଧୁ କଲି ଦୂର
ଏବେ ତୋ ଘରେ କୁଣିଆ ମୁଁ
ବାର ମାସିଆ...
କଳା ରଙ୍ଗିଆ
କି ରଙ୍ଗ କି ରଙ୍ଗ ଲଗେଇ ଦେଲୁରେ
କଳା ରଙ୍ଗିଆ କଳା ରଙ୍ଗିଆ



ତୋ ବଡ ଦେଉଳ ତୋ ବଡ ସିଂଘାର
ତୋ ନୀଳଚକ୍ର ତ କଲା ମନ୍ତର
ଭକତର ପାଦରୁ ଯେଉଁ ଧୂଳି ଝରିଲା
ସେଇ ଧୂଳି ହେଲା ମୋ ମଥା ସିନ୍ଦୂର
ନରେନ୍ଦ୍ର ଗାଧୁଆ ଲାଗି ଗଙ୍ଗା ସିନାନ
କୈବଲ୍ୟ ନଗରେ ଖାଏ ଅବଢ଼ା ଅନ୍ନ
ସଞ୍ଜ ହେଲେ ଜାଳେ ଦୀପ
ଚାହେଁ ତୋର କଳା ରୂପ
ନାଟ ମଣ୍ଡପରେ ଗଡୁଥାଏ ପଡି ଅଧିଆ
କଳା ରଙ୍ଗିଆ...
କି ରଙ୍ଗ କି ରଙ୍ଗ ଲଗେଇ ଦେଲୁରେ
କଳା ରଙ୍ଗିଆ କଳା ରଙ୍ଗିଆ



ଘର ଦୁଃଖ ଜଞ୍ଜାଳ ଛନ୍ଦ ଆଉ କପଟ
ଲୋଭ ମୋହ ମାୟା ତ ଲାଗେ ଅଡୁଆ
ତୋ ଦେଉଳେ ଭଜନ
ତୋ ଦେଉଳେ କୀର୍ତ୍ତନ
ଧୂପ ଦୀପ ଆଳତି ଭାରି ବଢିଆ
ବାଇଶି ପାହାଚେ ଗଡି ଝଡାଏ ପାପ
ତୁଳସୀ ମାଳି ଗଡ଼ାଇ କରେ ମୁଁ ଜପ
ମୁଁ ଯେବେ ଯାଏ ଶୋଇ
ମନ ମୋର ଥାଏ ଚେଇଁ
ହେଇ ଦେବଦାସୀ ନାଚୁଥାଏ ରାତି ଅଧିଆ
କଳା ରଙ୍ଗିଆ
କି ରଙ୍ଗ କି ରଙ୍ଗ ଲଗେଇ ଦେଲୁରେ
କଳା ରଙ୍ଗିଆ କଳା ରଙ୍ଗିଆ

କି ରଙ୍ଗ ଲଗେଇ ଦେଲୁରେ କଳା ରଙ୍ଗିଆ
କଳା ରଙ୍ଗିଆ
ଥିଲା ଘର ହେଲା ପର
ଥିଲେ ବନ୍ଧୁ କଲି ଦୂର
ଏବେ ତୋ ଘରେ କୁଣିଆ ମୁଁ
ବାର ମାସିଆ...
କଳା ରଙ୍ଗିଆ
କି ରଙ୍ଗ କି ରଙ୍ଗ ଲଗେଇ ଦେଲୁରେ
କଳା ରଙ୍ଗିଆ କଳା ରଙ୍ଗିଆ
କି ରଙ୍ଗ ଲଗେଇ ଦେଲୁରେ କଳା ରଙ୍ଗିଆ
କଳା ରଙ୍ଗିଆ
କି ରଙ୍ଗ ଲଗେଇ ଦେଲୁରେ କଳା ରଙ୍ଗିଆ
କଳା ରଙ୍ଗିଆ


Ki Ranga Lagei Delure Odia Song Lyrics In Odia Font


Thank You

Comments