Jie Maara Nuhan Odia Song Lyrics In Odia Font

ODIA SONG LYRICS

ଯିଏ ମାଆର ନୁହଁ ସିଏ କାହାର ନୁହଁ

Jie Maara Nuhan Sie Kahara Nuhan Odia Song Lyrics In Odia Language

ଯିଏ ମାଆର ନୁହଁ ସିଏ କାହାର ନୁହଁ
ଯିଏ ମାଆର ନୁହଁ ସିଏ କାହାର ନୁହଁ
ଥାଉ ଯେତେ ମାନ ଯଶ
ମହାଲକ୍ଷ୍ମୀ କଲେ ରୋଷ
ଥାଉ ଯେତେ ମାନ ଯଶ
ମହାଲକ୍ଷ୍ମୀ କଲେ ରୋଷ
ପୁଅ ଝିଅ ସାଙ୍ଗ ସାଥି କେହି ତ ନୁହଁ
ଯିଏ ମାଆର ନୁହଁ ସିଏ କାହାର ନୁହଁ
ଯିଏ ମାଆର ନୁହଁ ସିଏ କାହାର ନୁହଁ



କାଳିଆ ବଳିଆ ଦୁଇ ଭାଇ ସେତ
ଜଗତ ଠାକୁର
ଲକ୍ଷ୍ମୀ ଛାଡିବାରୁ ତାଙ୍କୁ ମିଳିଲାନି
ମୁଠାଏ ଆହାର
କାଳିଆ ବଳିଆ ଦୁଇ ଭାଇ ସେତ
ଜଗତ ଠାକୁର
ଲକ୍ଷ୍ମୀ ଛାଡିବାରୁ ତାଙ୍କୁ ମିଳିଲାନି
ମୁଠାଏ ଆହାର
କେହି ତାଙ୍କୁ ଚିହ୍ନିଲେନି
ମୁହଁ ଫେରି ଚାହିଁଲେନି
କେହି ତାଙ୍କୁ ଚିହ୍ନିଲେନି
ମୁହଁ ଫେରି ଚାହିଁଲେନି
ଦେବତାର ଆଖି କୋଣୁ ଝରିଲା ଲୁହ
ଯିଏ ମାଆର ନୁହଁ ସିଏ କାହାର ନୁହଁ
ଯିଏ ମାଆର ନୁହଁ ସିଏ କାହାର ନୁହଁ



ଆଜି ଯା ଭାବୁଛୁ କାଲି କରିଥିଲେ
ନ ଥାଆନ୍ତା ଦୁଃଖ
ଯଶ ମାନ ରଖି ସଂସାର ହାଟରେ
ଥାଆନ୍ତା ସୁଖ
ଆଜି ଯା ଭାବୁଛୁ କାଲି କରିଥିଲେ
ନ ଥାଆନ୍ତା ଦୁଃଖ
ଯଶ ମାନ ରଖି ସଂସାର ହାଟରେ
ଥାଆନ୍ତା ସୁଖ
ମାଆକୁ ଭରସା କରି
ଵାହିଯା ଜୀବନ ତରି
ମାଆକୁ ଭରସା କରି
ଵାହିଯା ଜୀବନ ତରି
ସେଇ ତୋର ସାହା ହବ ନଥିବ ଭୟ

ଯିଏ ମାଆର ନୁହଁ ସିଏ କାହାର ନୁହଁ
ଯିଏ ମାଆର ନୁହଁ ସିଏ କାହାର ନୁହଁ
ଥାଉ ଯେତେ ମାନ ଯଶ 
ମହାଲକ୍ଷ୍ମୀ କଲେ ରୋଷ
ଥାଉ ଯେତେ ମାନ ଯଶ 
ମହାଲକ୍ଷ୍ମୀ କଲେ ରୋଷ
ପୁଅ ଝିଅ ସାଙ୍ଗ ସାଥି କେହି ତ ନୁହଁ
ଯିଏ ମାଆର ନୁହଁ ସିଏ କାହାର ନୁହଁ
ଯିଏ ମାଆର ନୁହଁ ସିଏ କାହାର ନୁହଁ



Jie Maara Nuhan Sie Kahara Nuhan Odia Song Lyrics In Odia Font


Thank You

Comments