Sabu Bandhana Mo Odia Song Lyrics In Odia Font

ODIA SONG LYRICS

ସବୁ ବନ୍ଧନ ମୋ ଖୋଲିଦେଇ ପ୍ରଭୁ
ତୁମରି ବନ୍ଧନେ ରଖ.....

Sabu Bandhana Mo Kholidei Prabhu Odia Song Lyrics In Odia Font

ସବୁ ବନ୍ଧନ ମୋ ଖୋଲିଦେଇ ପ୍ରଭୁ
ତୁମରି ବନ୍ଧନେ ରଖ.....
ତୁମରି ବନ୍ଧନେ ରଖ
ତୁମ ପ୍ରେମ ଡୋରି ମୋ ଗଳାରେ ଭିଡି
ଟାଣି ନିଅ ତୁମ ପାଖ.....
ତୁମରି ବନ୍ଧନେ ରଖ...ପ୍ରଭୁ
ତୁମରି ବନ୍ଧନେ ରଖ
ସବୁ ବନ୍ଧନ ମୋ ଖୋଲିଦେଇ ପ୍ରଭୁ
ତୁମରି ବନ୍ଧନେ ରଖ.....
ତୁମରି ବନ୍ଧନେ ରଖ ପ୍ରଭୁ
ତୁମରି ବନ୍ଧନେ ରଖ
ତୁମ ପ୍ରେମ ଡୋରି ମୋ ଗଳାରେ ଭିଡି
ଟାଣି ନିଅ ତୁମ ପାଖ...
ତୁମରି ବନ୍ଧନେ ରଖ ପ୍ରଭୁ
ତୁମରି ବନ୍ଧନେ ରଖ


ଅଦେଖାରେ ଥାଇ ଯେତେ ଦିଅ ମୋତେ
ଲାଞ୍ଚ୍ଛନା ଗଞ୍ଜଣା ଦୁଃଖ
ଅଦେଖାରେ ଥାଇ ଯେତେ ଦିଅ ମୋତେ
ଲାଞ୍ଚ୍ଛନା ଗଞ୍ଜଣା ଦୁଃଖ
ସବୁ ତ ତୁମର ଛଳନା ବାରେ ମୁଁ
ସବୁ ତ ତୁମର ଛଳନା ବାରେ ମୁଁ
ମୋ ଟାଣ ପଣ ପରଖ.....
ତୁମରି ବନ୍ଧନେ ରଖ ପ୍ରଭୁ
ତୁମରି ବନ୍ଧନେ ରଖ


ତୁମେ ତ ନାଟୁଆ ନାନା ରୂପେ ନାଚ
ତୁମେ ଏକା ନାଟ ଦେଖ
ତୁମେ ତ ନାଟୁଆ ନାନା ରୂପେ ନାଚ
ତୁମେ ଏକା ନାଟ ଦେଖ
ଆନନ୍ଦ ବିଷାଦ ଜୁଆର ଖେଳାଇ
ଆନନ୍ଦ ବିଷାଦ ଜୁଆର ଖେଳାଇ
ଆଖି ଠାରି ମୋତେ ଡାକ...
ତୁମରି ବନ୍ଧନେ ରଖ ପ୍ରଭୁ
ତୁମରି ବନ୍ଧନେ ରଖ


ସବୁ ବାରି ବାରି ହତାଶ ହେଲିଣି
ବିକଳେ ଡାକୁଛି ଦେଖ
ସବୁ ବାରି ବାରି ହତାଶ ହେଲିଣି
ବିକଳେ ଡାକୁଛି ଦେଖ
ଅଳପେ ଅନାଇ ଆହା ନ କହିଲେ
ଅଳପେ ଅନାଇ ଆହା ନ କହିଲେ
ହେଲି ମୁଁ ସତେ ନିରେଖ.....
ରଖ ପ୍ରଭୁ ମୋତେ ରଖ
ରଖ ପ୍ରଭୁ ମୋତେ ରଖ
ସବୁ ବନ୍ଧନ ମୋ ଖୋଲିଦେଇ ପ୍ରଭୁ
ତୁମରି ବନ୍ଧନେ ରଖ.....
ତୁମରି ବନ୍ଧନେ ରଖ ପ୍ରଭୁ
ତୁମରି ବନ୍ଧନେ ରଖ
ତୁମ ପ୍ରେମ ଡୋରି ମୋ ଗଳାରେ ଭିଡି
ତୁମ ପ୍ରେମ ଡୋରି ମୋ ଗଳାରେ ଭିଡି
ଟାଣି ନିଅ ତୁମ ପାଖ...
ତୁମରି ବନ୍ଧନେ ରଖ ପ୍ରଭୁ
ତୁମରି ବନ୍ଧନେ ରଖ ପ୍ରଭୁ
ତୁମରି ବନ୍ଧନେ ରଖ

Sabu Bandhana Mo Kholidei Prabhu Odia Song Lyrics In Odia Font


Thank You


Comments