Dinabandhu Dukhi Odia Song Lyrics In Odia Font

ODIA SONG LYRICS

ଦୀନବନ୍ଧୁ ଦୁଃଖୀ ଗଳା ହାର

Dinabandhu Dukhi Gala Hara Odia Song Lyrics In Odia Font

ଦୀନବନ୍ଧୁ ଦୁଃଖୀ ଗଳା ହାର
କିଏ ଦେଲା ନାମଟି ତୋହର
ଦୀନବନ୍ଧୁ ଦୁଃଖୀ ଗଳା ହାର
କିଏ ଦେଲା ନାମଟି ତୋହର
ଭାଙ୍ଗିଦେଲୁ ଦୁଃଖୀର ତୁ ଭଙ୍ଗା ଚାଳିଆ
ବଡଦାଣ୍ଡ ଟାଣି ତାଙ୍କୁ କରିଦେଲୁ ଠିଆ
ଗାଇବାକୁ ଯଶ ତୋହର
ବୋଲାଇଲୁ ବଡ ଠାକୁର
ଦୀନବନ୍ଧୁ ଦୁଃଖୀ ଗଳା ହାର
କିଏ ଦେଲା ନାମଟି ତୋହର


ଏଇ ଦୁନିଆରେ କିଏବା କାହାର
ଶୁଣିଛି ତୁ ଏକା ସୁଖର ଦୁଃଖର
ପତିତ ପାଇଁ ତୁ ପତିତପାବନ
ଜଗତ ପାଇଁ ତୁ ଜଗତ ଜୀବନ
ହେଲେ ତୋର ଏ କି ଅବିଚାର
ତୁ ଥାଇ କି ଲାଭ ଦୁଃଖୀର
ଦୀନବନ୍ଧୁ ଦୁଃଖୀ ଗଳା ହାର
କିଏ ଦେଲା ନାମଟି ତୋହର


ଏ ସାରା ସଂସାର ତୋର ଖେଳ ଘର
ଭାଙ୍ଗିବା ଗଢିବା ସବୁ ତୋ ହାତର
ଭରସାରେ ତୋର କରିଚି ଯେ ଘର
କାହାକୁ କହିବ ପଡିଲେ ପଥର
ତୋ ବିନା କେ ଅଛି ତାହାର
ଦୁଃଖୀ ପାଇଁ ତୁ ସିନା ଠାକୁର
ଦୀନବନ୍ଧୁ ଦୁଃଖୀ ଗଳା ହାର
କିଏ ଦେଲା ନାମଟି ତୋହର

ଭାଙ୍ଗିଦେଲୁ ଦୁଃଖୀର ତୁ ଭଙ୍ଗା ଚାଳିଆ
ବଡଦାଣ୍ଡ ଟାଣି ତାଙ୍କୁ କରିଦେଲୁ ଠିଆ
ଗାଇବାକୁ ଯଶ ତୋହର
ବୋଲାଇଲୁ ବଡ ଠାକୁର
ଦୀନବନ୍ଧୁ ଦୁଃଖୀ ଗଳା ହାର
କିଏ ଦେଲା ନାମଟି ତୋହର

Dinabandhu Dukhi Gala Hara Odia Song Lyrics In Odia Language


Thank You


Comments