Sakala Pranama Ghena Odia Song Lyrics In Odia Font

ODIA SONG LYRICS

ସକାଳ ପ୍ରଣାମ ଘେନ ହେ ଚକାନୟନ

Sakala Pranama Ghena Odia Song Lyrics In Odia Font

ସକାଳ ପ୍ରଣାମ ଘେନ ହେ ଚକାନୟନ

ସକାଳ ପ୍ରଣାମ ଘେନ ହେ ଚକାନୟନ
ସକାଳ ପ୍ରଣାମ ଘେନ ହେ ଚକାନୟନ
ତୁମ କରୁଣାରୁ ସରୁ ବାକି ଯେତେ ଦିନ
ତୁମ କରୁଣାରୁ ସରୁ ବାକି ଯେତେ ଦିନ
ମୁଁ ଯେ ତୁମ ଦାନ ପୁଣି ବିସର୍ଜନ
ତୁମେ ପୁଣ୍ୟ ପୂଜା ସଦା ଆବାହନ
ତୁମ ପାଇଁ ଏ ଜୀବନ ହେଇଚି ଧନ୍ୟ
ହେ ଚକାନୟନ ହେ ଚକାନୟନ
ହେ ଚକାନୟନ ହେ ଚକାନୟନ


ତୁମେ ଶୂନ୍ୟ ପୋଖରୀର କଇଁ...
ତୋଳିବାକୁ ହାତ ମୋର କାହିଁ
ମୋ ଜୀବନ ମରୁଭୂଇଁ ପକ୍ଷୀ
ଖୋଜେ ଖାଲି ତୁମ ବାହୁ ଛାଇ
ତୁମେ ମହାମାନ୍ୟ ପୁଣି ଅତିଜ୍ଞାନ
ମୁ ଯେ ମହାମୂର୍ଖ ପୁଣି ଦିନହୀନ
ତୁମ ପାଇଁ ମାଟି ପିଣ୍ଡ ପାଇଚି ପ୍ରାଣ
ହେ ଚକାନୟନ ହେ ଚକାନୟନ
ହେ ଚକାନୟନ ହେ ଚକାନୟନ


ମୁଁ ଯେ ପାପ ପୋଖରୀର ପଙ୍କ
ପଦ୍ମ କରି ପାଦ ତଳେ ରଖ
ତୁମ ସାଥେ ଭେଟ ପୁଣ୍ୟ ଯୋଗ
ପଡ଼ିଲାଣି ଖରା ନାହିଁ ମେଘ
ତୁମେ ମହାଜ୍ୟୋତି ପୁଣି ଶାନ୍ତମୂର୍ତ୍ତି
ମୁଁ ଯେ ଦୁଷ୍ଟମତି ପୁଣି ଅପକିର୍ତ୍ତୀ
ତୁମ ବିନା ଅଟକିବ ଏଇ ସ୍ପନ୍ଦନ
ହେ ଚକାନୟନ ହେ ଚକାନୟନ
ହେ ଚକାନୟନ ହେ ଚକାନୟନ

ସକାଳ ପ୍ରଣାମ ଘେନ ହେ ଚକାନୟନ
ସକାଳ ପ୍ରଣାମ ଘେନ ହେ ଚକାନୟନ
ତୁମ କରୁଣାରୁ ସରୁ ବାକି ଯେତେ ଦିନ
ତୁମ କରୁଣାରୁ ସରୁ ବାକି ଯେତେ ଦିନ
ମୁଁ ଯେ ତୁମ ଦାନ ପୁଣି ବିସର୍ଜନ
ତୁମେ ପୁଣ୍ୟ ପୂଜା ସଦା ଆବାହନ
ତୁମ ପାଇଁ ଏ ଜୀବନ ହେଇଚି ଧନ୍ୟ
ହେ ଚକାନୟନ ହେ ଚକାନୟନ
ହେ ଚକାନୟନ ହେ ଚକାନୟନ
ସକାଳ ପ୍ରଣାମ ଘେନ ହେ ଚକାନୟନ

Sakala Pranama Ghena Odia Song Lyrics In Odia Language


Thank You


Comments