A Jibanara Bandhana Odia Song Lyrics In Odia Font

ODIA SONG LYRICS

ଏ ଜୀବନର ବନ୍ଧନ
ଲୁହରେ ହସେ ଫଗୁଣ

A Jibanara Bandhana Odia Song Lyrics In Odia Font

ପୁଅ
ଆ..... ଆ..... ଆ.....
ଏ ଜୀବନର ବନ୍ଧନ
ଲୁହରେ ହସେ ଫଗୁଣ
କି ଭଲ ମନ୍ଦ କି ହସ କାନ୍ଦ
ହଁ...ଆଜି କାଇଁ ଲାଗେ ସବୁ ସମାନ...
ଏଇ ବୋଧେ ପ୍ରେମ...
ଏଇ ବୋଧେ ପ୍ରେମ...
ଝିଅ
ଏ ଜୀବନର ବନ୍ଧନ
ନିଆଁରେ ଜଳେ ଶ୍ରାବଣ
କି ଜହ୍ନ ରାତି କି ଖରା ତାତି
ହଁ...ଆଜି କାଇଁ ଲାଗେ ସବୁ ସମାନ...
ଏଇ ବୋଧେ ପ୍ରେମ...
ଏଇ ବୋଧେ ପ୍ରେମ...



ପୁଅ
ବୟସର ବଗିଚାରେ
କେତେ କଣ୍ଟା କେତେ ଫୁଲ
ଝିଅ
ସମୟର ଗାଲିଚାରେ
ପାଦ ହୁଏ ଟଳମଳ
ପୁଅ
ଏ ବାଟରେ ଚାଲୁଚାଲୁ
କେବେ ମେଘ କେବେ ଝଡି
ଝିଅ
ହୃଦୟ ହାରିଲେ ଥରେ
ଝଡ ହୁଏ ଚଇତାଳି
ପୁଅ
ଏ ଭଙ୍ଗା ଗଢ଼ା ସପନ
ଛାତିକୁ କରେ ପାଷାଣ
କି ବାଟ ଘାଟ କି ଫୁଲ ହାଟ
ହଁ...ଆଜି କାଇଁ ଲାଗେ ସବୁ ସମାନ...
ପୁଅ-ଝିଅ
ଏଇ ବୋଧେ ପ୍ରେମ...
ଏଇ ବୋଧେ ପ୍ରେମ...



ଝିଅ
ଏ ଆଖିର ଲୁହ ଦେଖି
ସେ ଆଖିରୁ ଝରେ ଲହୁ
ପୁଅ
ଏ ମନେ ବସନ୍ତ ଆସେ
ସେ ମନରେ ଶୁଭେ କୁହୁ
ଝିଅ
ଏମିତିକା ସୁଖ ଇଏ
ଦୁଃଖରେ ଗଢ଼ା ଯା ଦେହ
ପୁଅ
ଏମିତିକା ସ୍ବପ୍ନ ଇଏ
ସତଠୁ ଅଳପ ଲୁହ
ଝିଅ
ଏ ହୃଦୟର ମିଳନ
ଯେମିତି ଫୁଲ ଚନ୍ଦନ
କି ସତ ମିଛ କି ପାପ ପୁଣ୍ୟ
ହଁ...ଆଜି କାଇଁ ଲାଗେ ସବୁ ସମାନ...
ପୁଅ-ଝିଅ
ଏଇ ବୋଧେ ପ୍ରେମ...
ଏଇ ବୋଧେ ପ୍ରେମ...
ଏଇ ବୋଧେ ପ୍ରେମ...
ଏଇ ବୋଧେ ପ୍ରେମ...

Ae Bodhe Prema Odia Song Lyrics In Odia Language


Thank You

Comments