Mo Handiru Chaula Sarigale Odia Song Lyrics In Odia Font

ODIA SONG LYRICS

ମୋ ହାଣ୍ଡିରୁ ଚାଉଳ ସରିଗଲେ ସରିଯାଉ

Mo Handiru Chaula Sarigale Odia Song Lyrics In Odia Font

ମୋ ହାଣ୍ଡିରୁ ଚାଉଳ ସରିଗଲେ ସରିଯାଉ
ମୋ କଂସାରୁ ପଖାଳ ସରିଗଲେ ସରିଯାଉ
ମୋ ହାଣ୍ଡିରୁ ଚାଉଳ ସରିଗଲେ ସରିଯାଉ
ମୋ କଂସାରୁ ପଖାଳ ସରିଗଲେ ସରିଯାଉ
ଭୋକ ମରିଯାଏ ପେଟ ପୁରିଯାଏ
ଭୋକ ମରିଯାଏ ମୋ ପେଟ ପୁରିଯାଏ
ତୋ ଅବଢ଼ା ଟିକେ ପାଉ ପାଉ...
ହେ ମହାବାହୁ.....ହେ ମହାବାହୁ.....
ହେ ମହାବାହୁ.....
ହେ ମହାବାହୁ...ହେ ମହାବାହୁ...


ପାଣି ଫୋଟକାଠୁ ଆହୁରି କ୍ଷଣିକ
ଏଇ ଜୀବନର ଆୟୁଷ
ରକ୍ତ ଆଉ ହାଡ ମାଉଁସ ଶରୀର
ଜଳିଗଲେ ମୁଠେ ପାଉଁଶ
ପାଣି ଫୋଟକାଠୁ ଆହୁରି କ୍ଷଣିକ
ଏଇ ଜୀବନର ଆୟୁଷ
ରକ୍ତ ଆଉ ହାଡ ମାଉଁସ ଶରୀର
ଜଳିଗଲେ ମୁଠେ ପାଉଁଶ
ମୋ ପୁଅ ପର କରି ଚାଲିଗଲେ ଚାଲିଯାଉ
ମୋ ଝିଅ ମୁହଁ ମୋଡି ଚାଲିଗଲେ ଚାଲିଯାଉ
ମୋ ପୁଅ ପର କରି ଚାଲିଗଲେ ଚାଲିଯାଉ
ମୋ ଝିଅ ମୁହଁ ମୋଡି ଚାଲିଗଲେ ଚାଲିଯାଉ
ଦୁଃଖ ସରିଯାଏ ଦିନ ସରିଯାଏ
ଦୁଃଖ ସରିଯାଏ ମୋ ଦିନ ସରିଯାଏ
ତୋ କଳାବଦନ ଚାହୁଁ ଚାହୁଁ...
ହେ ମହାବାହୁ.....ହେ ମହାବାହୁ.....
ହେ ମହାବାହୁ.....ହେ...ମହାବାହୁ...


ଏଇ ସିନା ଅଛି ଏଇ ଚାଲିଯିବ
ଦେହ ଛାଡି ମୋର ନିଶ୍ୱାସ
ଏଇ ଦୁନିଆରେ ତୋ ଛଡା ଆଉରେ
କାହାକୁ ମୋ ନାହିଁ ବିଶ୍ୱାସ
ହୋ ଏଇ ସିନା ଅଛି ଏଇ ଚାଲିଯିବ
ଦେହ ଛାଡି ମୋର ନିଶ୍ୱାସ
ଏଇ ଦୁନିଆରେ ତୋ ଛଡା ଆଉରେ
କାହାକୁ ମୋ ନାହିଁ ବିଶ୍ୱାସ
ମୋ କୁଟାକାଠି ଘର ଭାଙ୍ଗିଗଲେ ଭାଙ୍ଗିଯାଉ
ମୋ ଝାଟିମାଟି ଘର ଭାଙ୍ଗିଗଲେ ଭାଙ୍ଗିଯାଉ
ମୋ କୁଟାକାଠି ଘର ଭାଙ୍ଗିଗଲେ ଭାଙ୍ଗିଯାଉ
ମୋ ଝାଟିମାଟି ଘର ଭାଙ୍ଗିଗଲେ ଭାଙ୍ଗିଯାଉ
ରାହା ମିଳିଯାଏ ସାହା ମିଳିଯାଏ
ରାହା ମିଳିଯାଏ ହୋ ସାହା ମିଳିଯାଏ
ତୋ ବଡ ଦେଉଳ ଯାଉ ଯାଉ.....
ହେ ମହାବାହୁ.....ହେ ମହାବାହୁ.....
ହେ ମହାବାହୁ.....ହେ ମହାବାହୁ.....

ମୋ ହାଣ୍ଡିରୁ ଚାଉଳ ସରିଗଲେ ସରିଯାଉ
ମୋ କଂସାରୁ ପଖାଳ ସରିଗଲେ ସରିଯାଉ
ଭୋକ ମରିଯାଏ ପେଟ ପୁରିଯାଏ
ଭୋକ ମରିଯାଏ ମୋ ପେଟ ପୁରିଯାଏ
ତୋ ଅବଢ଼ା ଟିକେ ପାଉ ପାଉ...
ହେ ମହାବାହୁ.....ହେ ମହାବାହୁ.....
ହେ ମହାବାହୁ.....ହେ ମହାବାହୁ.....
ହେ ମହାବାହୁ.....ହେ ମହାବାହୁ...
ହେ ମହାବାହୁ.....ହେ ମହାବାହୁ.....

Mo Handiru Chaula Sarigale Sarijau Odia Song Lyrics In Odia Language


Thank You

Comments