Padare Nupura Nupure Odia Song Lyrics In Odia Font

ODIA SONG LYRICS

ପାଦରେ ନୁପୁର...ନୁପୁରେ ଘୁଙ୍ଗୁର...

Padare Nupura Nupure Ghungura Odia Song Lyrics In Odia Font

ପାଦରେ ନୁପୁର...ନୁପୁରେ ଘୁଙ୍ଗୁର...
ପାଦରେ ନୁପୁର...ନୁପୁରେ ଘୁଙ୍ଗୁର...
ଘୁଙ୍ଗୁର ମୋ ରୁଣୁ ଝୁଣୁ
ମଧୁର ମଧୁର ମୋହନ ମୁରଲୀ
ଅଧୀର ମୁଁ ଶୁଣୁ ଶୁଣୁ
ହାଏ ହାଏରେ ଅଧୀର ମୁଁ ଶୁଣୁ ଶୁଣୁ
ନୟନେ ସପନ...ସପନେ ମୋହନ...
ନୟନେ ସପନ...ସପନେ ମୋହନ...
ମୋହନ ହାତରେ ବେଣୁ
ସୁନ୍ଦର ସୁନ୍ଦର ଶ୍ରୀରଙ୍ଗ ଅଧର
ଓଠ ଗାଏ ଗୁଣୁ ଗୁଣୁ
ହାଏ ହାଏରେ ଘୁଙ୍ଗୁର ମୋ ରୁଣୁ ଝୁଣୁ


ମହକେ...କୁଞ୍ଜ କାନନ...
ଚନ୍ଦନ ଚନ୍ଦନ...ଏ ମଧୁବନ...
ଆକୁଳ...ଦୁଇ ନୟନ...
ଖୋଜେ ନିଶି ଦିନ...ମନମୋହନ
କାନନେ ଫଗୁଣ...ଫଗୁଣେ ଝୁଲଣ...
କାନନେ ଫଗୁଣ...ଫଗୁଣେ ଝୁଲଣ...
ଝୁଲଣରେ ଝୁଲେ କାହ୍ନୁ
ଆସିବେ ମୋହନ ମୋହିବେ ମୋ ମନ
ଭାବୁଥାଏ ଏଣୁ ତେଣୁ
ହାଏ ହାଏରେ ଘୁଙ୍ଗୁର ମୋ ରୁଣୁ ଝୁଣୁ


ମାନିନୀ...ମଧୁ ଯାମିନୀ...
ଦେହେ ଶିହରଣ...ମନକାମିନୀ...
ଅଧରେ...ମଧୁ କମ୍ପନ...
ଆଧିର ସ୍ପନ୍ଦନ...ଚଞ୍ଚଳ ମନ...
ଗୋଧୂଳି ଲଗନ...ଲଗନେ ମଗନ...
ଗୋଧୂଳି ଲଗନ...ଲଗନେ ମଗନ...
ମଗନେ ମୁଁ ଗୁଣୁ ଗୁଣୁ
ମଦନ ମୋହନ ମଧୁ ବଂଶୀ ସ୍ଵନ
ଅଥୟ ମୁଁ ଶୁଣୁ ଶୁଣୁ
ହାଏ ହାଏରେ ଘୁଙ୍ଗୁର ମୋ ରୁଣୁ ଝୁଣୁ

ପାଦରେ ନୁପୁର...ନୁପୁରେ ଘୁଙ୍ଗୁର...
ପାଦରେ ନୁପୁର...ନୁପୁରେ ଘୁଙ୍ଗୁର...
ଘୁଙ୍ଗୁର ମୋ ରୁଣୁ ଝୁଣୁ
ମଧୁର ମଧୁର ମୋହନ ମୁରଲୀ
ଅଧୀର ମୁଁ ଶୁଣୁ ଶୁଣୁ
ହାଏ ହାଏରେ ଅଧୀର ମୁଁ ଶୁଣୁ ଶୁଣୁ
ନୟନେ ସପନ...ସପନେ ମୋହନ...
ନୟନେ ସପନ...ସପନେ ମୋହନ...
ମୋହନ ହାତରେ ବେଣୁ
ସୁନ୍ଦର ସୁନ୍ଦର ଶ୍ରୀରଙ୍ଗ ଅଧର
ଓଠ ଗାଏ ଗୁଣୁ ଗୁଣୁ
ହାଏ ହାଏରେ ଅଧୀର ମୁଁ ଶୁଣୁ ଶୁଣୁ
ହାଏ ହାଏରେ ଘୁଙ୍ଗୁର ମୋ ରୁଣୁ ଝୁଣୁ
ହାଏ ହାଏରେ ଘୁଙ୍ଗୁର ମୋ ରୁଣୁ ଝୁଣୁ

Padare Nupura Nupure Ghungura Odia Song Lyrics In Odia Language


Thank You

Comments