Radhika Ta Karuthila Mana Odia Song Lyrics In Odia Font

ODIA SONG LYRICS

ରାଧିକା ତ କରୁଥିଲା ମନା

Radhika Ta Karuthila Mana Odia Song Lyrics In Odia Font

ରାଧିକା ତ କରୁଥିଲା ମନା
ଯଶୋଦା ବି କରୁଥିଲେ ମନା
ସେଇ ଗୋଠର ଗାଈ
ତୋର ସଙ୍ଗାତ ସଇ
ଲୁହ ଗଡ଼ଉ ଥିଲେ
ଗଲା ବାଟକୁ ଚାହିଁ
କହୁଥିଲା କାନ୍ଦି ସେ ଯମୁନା...
ନା ରେ କାହ୍ନା
ଯାଆ ନା ଯାଆ ନା
ନା ରେ କାହ୍ନା ନା ରେ କାହ୍ନା
ଯାଆ ନା ଯାଆ ନା
ରାଧିକା ତ କରୁଥିଲା ମନା
ଯଶୋଦା ବି କରୁଥିଲେ ମନା...


ଗଲୁ...ଗୋପ ଛାଡି ଯେଉଁ ଦିନ ଗଲୁ
ଦହିରୁ ଲହୁଣୀ ବାହାରୁନି
ଗଲୁ...ଗୋପ ଛାଡି ଯେଉଁ ଦିନ ଗଲୁ
ଦହିରୁ ଲହୁଣୀ ବାହାରୁନି
ହେଲୁ...ଯେଉଁ ଦିନ କାଳିଆ ତୁ ହେଲୁ
ଗଛରେ ବଉଳ ବଉଳୁନି
ସେଇ କଦମ୍ବ ମୂଳ
ସେଇ ରାଧା ତମାଳ
ତତେ ହେଲେରେ ଝୁରି
ଗୋପ ଗୋପୀ ଗୋପାଳ
ଡାକୁଥିଲା ତୋ ସଖା ସୁଦାମା...
ନା ରେ କାହ୍ନା
ଯାଆ ନା ଯାଆ ନା
ନା ରେ କାହ୍ନା ନା ରେ କାହ୍ନା
ଯାଆ ନା ଯାଆ ନା
ରାଧିକା ତ କରୁଥିଲା ମନା
ଯଶୋଦା ବି କରୁଥିଲେ ମନା...


କାହ୍ନା...ଏଡିକି ହଟିଆରେ ତୁ କାହ୍ନା
ମାଆକୁ ଅନ୍ଧୁଣି କରିଦେଲୁ
କାହ୍ନା...ଏଡିକି ହଟିଆରେ ତୁ କାହ୍ନା
ମାଆକୁ ଅନ୍ଧୁଣି କରିଦେଲୁ
ମନା...ମାନିଲୁନି କାହାର ତୁ ମନା
ରଧାକୁ ବାୟାଣି କରିଗଲୁ
ସେଇ ମହୁଲି ସଞ୍ଜ
ମଧୁମାଳତୀ କୁଞ୍ଜ
ଭୁଲି କେମିତି ଗଲୁ
ରାଧା ଆଖିର ଲାଜ
ଝୁରୁଥିଲା ତା ମନ ମଇନା...
ନା ରେ କାହ୍ନା
ଯାଆ ନା ଯାଆ ନା
ନା ରେ କାହ୍ନା ନା ରେ କାହ୍ନା
ଯାଆ ନା ଯାଆ ନା
ରାଧିକା ତ କରୁଥିଲା ମନା
ଯଶୋଦା ବି କରୁଥିଲେ ମନା...

ରାଧିକା ତ କରୁଥିଲା ମନା
ଯଶୋଦା ବି କରୁଥିଲେ ମନା..
ସେଇ ଗୋଠର ଗାଈ
ତୋର ସଙ୍ଗାତ ସଇ
ଲୁହ ଗଡ଼ଉ ଥିଲେ
ଗଲା ବାଟକୁ ଚାହିଁ
କହୁଥିଲା କାନ୍ଦି ସେ ଯମୁନା...
ନା ରେ କାହ୍ନା
ଯାଆ ନା ଯାଆ ନା
ନା ରେ କାହ୍ନା ନା ରେ କାହ୍ନା
ଯାଆ ନା ଯାଆ ନା
ନା ନା ରେ କାହ୍ନା ନା ରେ କାହ୍ନା
ଯାଆ ନା ଯାଆ ନା

Radhika Ta Karuthila Mana Odia Song Lyrics In Odia Language


Thank You

Comments