Papara Maila Chadara Ghodei Odia Song Lyrics In Odia Font

ODIA SONG LYRICS

ପାପର ମଇଳା ଚାଦର ଘୋଡେଇ

Papara Maila Chadara Ghodei Odia Song Lyrics In Odia Font

ପାପର ମଇଳା ଚାଦର ଘୋଡେଇ
କେମିତି ଯିବି ତୋ ଶିରି ମନ୍ଦିର

ପାପର ମଇଳା ଚାଦର ଘୋଡେଇ
କେମିତି ଯିବି ତୋ ଶିରି ମନ୍ଦିର
କଳା ଠାକୁର ହେ... କଳା ଠାକୁର
ମିଛର ବୋଝ ମୁଁ ମୁଣ୍ଡରେ ମୁଣ୍ଡେଇ
ମିଛର ବୋଝ ମୁଁ ମୁଣ୍ଡରେ ମୁଣ୍ଡେଇ
କେମିତି ଡେଇଁବି ତୋ ସିଂହ ଦୁଆର
କଳା ଠାକୁର ହେ... କଳା ଠାକୁର
କଳା ଠାକୁର ହେ... କଳା ଠାକୁର


ଏ ଆଖି  ଦେଖିଚି ଏତେ ଯେ ଖରାପ
କେମିତି ଦେଖିବ ତୋ ସୁନ୍ଦର ରୂପ
ଏ କାନ ଶୁଣିଚି ଏତେ ମନ୍ଦ କଥା
କ୍ଷମା ନାହିଁ ଯେତେ ପିଟିଲେ ବି ମଥା
ମନରେ ମୋ ଲୋଭ ନାହିଁ ଟିକେ ଭାବ
କେମିତି ହେବି ମୁଁ ଯୋଗ୍ୟ ତୋହର...
କଳା ଠାକୁର ହେ... କଳା ଠାକୁର
କଳା ଠାକୁର ହେ... କଳା ଠାକୁର


ଏ ହାତ କରିଚି ଏତେ ପୁଣି ପାପ
କେମିତି ଜାଳିବି ତୋ ପାଖରେ ଦୀପ
ଏ ପାଦ ବୁଲିଚି ଏତେ ପୁଣି ବାଟ
କେମିତି ଚଢ଼ିବି ବାଇଶି ପାହାଚ
ସ୍ୱର୍ଗ ଦ୍ୱାରେ ଚଢି ସରଗ ଯିବାକୁ
ଜାଣିଛିରେ ନାହିଁ ଭାଗ୍ୟ ମୋହର
କଳା ଠାକୁର ହେ... କଳା ଠାକୁର
କଳା ଠାକୁର ହେ... କଳା ଠାକୁର

ପାପର ମଇଳା ଚାଦର ଘୋଡେଇ
କେମିତି ଯିବି ତୋ ଶିରି ମନ୍ଦିର
କଳା ଠାକୁର ହେ... କଳା ଠାକୁର
କଳା ଠାକୁର ହେ... କଳା ଠାକୁର
କଳା ଠାକୁର ହେ କଳା ଠାକୁର
କଳା ଠାକୁର ହେ କଳା ଠାକୁର
କଳା ଠାକୁର

Papara Maila Chadara Ghodei Odia Song Lyrics In Odia Language


Thank You

Comments